ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ : ଜୋରିମାନା ଓ କ୍ଷତିପୂରଣ ବାବଦରେ ୬ କୋଟି ୨୩ ଲକ୍ଷ ୩୭ ହଜାର ୪୬୬ ଟଙ୍କା ଆଦାୟ
ପୁରୀ, ୧୩ ସେପ୍ଟେମ୍ବର (ହି.ସ.)- ଶନିବାର ଦିନ ଜିଲ୍ଲା ଆଇନ ସେବା ପ୍ରାଧ‌ିକରଣଙ୍କ ଆନୁକୂଲ୍ୟରେ ପୁରୀ ସମେତ ନିମାପଡା, ପିପିଲି, କୋଣାର୍କ, କଣାସ, ବ୍ରହ୍ମଗିରି, ଅସ୍ତରଙ୍ଗ ଓ କାକଟପୁର କୋର୍ଟରେ ରାଷ୍ଟ୍ରୀୟଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷା ତଥା ଜିଲ୍
ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ୬ କୋଟି ୨୩ଲକ୍ଷ ୩୭ ହଜାର ୪୬୬ ଟଙ୍କା ଆଦାୟ


ପୁରୀ, ୧୩ ସେପ୍ଟେମ୍ବର (ହି.ସ.)- ଶନିବାର ଦିନ ଜିଲ୍ଲା ଆଇନ ସେବା ପ୍ରାଧ‌ିକରଣଙ୍କ ଆନୁକୂଲ୍ୟରେ ପୁରୀ ସମେତ ନିମାପଡା, ପିପିଲି, କୋଣାର୍କ, କଣାସ, ବ୍ରହ୍ମଗିରି, ଅସ୍ତରଙ୍ଗ ଓ କାକଟପୁର କୋର୍ଟରେ ରାଷ୍ଟ୍ରୀୟଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷା ତଥା ଜିଲ୍ଲା ଓ ଦୌରାଜଜ ଅଜନ୍ତା ଷଡଙ୍ଗୀଙ୍କ ତତ୍ବାବଧାନରେ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପରିତୋଷ କୁମାର ସେଠୀଙ୍କ ପରିଚାଳନାରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା । ଏହି ଲୋକ ଅଦାଲତରେ ୧୯ ହଜାର ୫୫ ଗୋଟି ମୋକଦ୍ଦମା ଫଇସଲା କରାଯିବା ସହ ଜୋରିମାନା ଓ କ୍ଷତିପୂରଣ ବାବଦରେ ୬ କୋଟି ୨୩ ଲକ୍ଷ ୩୭ ହଜାର ୪୬୬ ଟଙ୍କା ଆଦାୟ କରାଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଜିଲ୍ଲା ଓ ଦୌରାଜକ ଅଜନ୍ତା ଷଡଙ୍ଗୀ ଏହାକୁ ଉଦଘାଟନ କରିଥିଲେ । ପରିବାର ଅଦାଲତ ବିଚାରପତି ସୁମିତା ଜେନା, ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ସୈକତ ପାତ୍ର, ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଚିନ୍ମୟ ମିଶ୍ର, ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଚିନ୍ମୟୀ ଦେହୁରୀ, ମୁଖ୍ୟ ବିଚାରପତି ସୁଶାନ୍ତ କୁମାର ମିଶ୍ର, ବରିଷ୍ଠ ଦେୱାନି ବିଚାରପତି ସୌମ୍ୟରୂପ ସାହୁ, ଅତିରିକ୍ତ ବରିଷ୍ଠ ଦେୱାନି ବିଚାରପତି ପ୍ରଜ୍ଞା ପଣ୍ଡା, ଦ୍ୱିତୀୟ ଅତିରିକ୍ତ ବରିଷ୍ଠ ଦେୱାନି ବିଚାରପତି ସୋନାଲୀ ଅପରାଜିତା, ଦେୱାନି ବିଚାରପତି ସିଦ୍ଧାର୍ଥ ଶଙ୍କର ସେନାପତି, ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି ପତିତପାବନ ପଣ୍ଡା, ଗ୍ରାମ ନ୍ୟାୟାଧିକାରୀ ସୋନାଲି ମହାନ୍ତି, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି (କଗ-୧ ) ମିସ୍ ରୀତିକା ଗର୍ଗ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି (କଗ୍ -୨ ) ଅନିମେଶ ଜେନା, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସୌରଭ ମହାପାତ୍ର, ଶିବାନୀ ମହାପାତ୍ର, ଚେତନ ଲାଢା, ନିଲିସା ପଟ୍ଟନାୟକ ମାମଲା ଗୁଡିକର ବିଚାର କରିଥିଲେ । ଲୋକ ଅଦାଲତରେ ୧୧୯ ଗୋଟି ମୋଟର ଦୁର୍ଘଟଣା ମାମଲା ବିଚାର କରାଯାଇ ୪ କୋଟି ୩୮ ଲକ୍ଷ ୭୮ ହଜାର ଟଙ୍କା ଆଦାୟ କରାଯାଇଛି। ସେହିପରି ୪୩ ଗୋଟି ଚେକ ବାଉନ୍ସ କେସ, ୩୭ ଗୋଟି ବୈବାହିକ ବିବାଦ ମୋକଦ୍ଦମା ଫଇସଲା କରାଯାଇଥିଲା । ୧୨୧ ଗୋଟି ପ୍ରାକ ମୋକଦ୍ଦମା ମାମଲାର ଫଇସଲା କରାଯାଇ ବ୍ୟାଙ୍କ ଋଣ ବାବଦକୁ ୩୪ ଲକ୍ଷ ୭୬ ହଜାର ୫୪୪ ଟଙ୍କା ଆଦାୟ କରାଯାଇଥିଲା । ଶନିବାର ଏହି ଲୋକ ଅଦାଲତରେ ଜିଲ୍ଲା କାରାଗାରର କଏଦୀ ମାନଙ୍କ ଦ୍ଵାରା ତିଆରି କରାଯାଇଥିବା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଗୁଡିକର ଷ୍ଟଲ କୋର୍ଟ ପରିସର ଭିତରେ ଖୋଲା ଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande