ଭୁବନେଶ୍ୱର, 13 ସେପ୍ଟେମ୍ବର (ହି.ସ.)- ଆଜି ନିମାପଡ଼ା ବ୍ଲକ ଅଧିନସ୍ଥ କନ୍ତିଆ କାନପୁରଠାରେ ପ୍ରାୟ ୨ କୋଟି ଟଙ୍କା
ବ୍ୟୟରେ କାର୍ଯ୍ୟକାରୀ ହେବାକୁ ଥିବା ୪ ଗୋଟି ଧାନକ୍ରୟ କେନ୍ଦ୍ରର (ବିଷ୍ଣୁପୁର, ଅଙ୍ଗସାଲୋ, କନ୍ତିଆ କାନପୁର ଏବଂ ତୁଳସୀପୁର) ଭିତ୍ତିଭୂମିର ବିକାଶ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ
କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏହି ପ୍ରକଳ୍ପ ଦ୍ଵାରା ଧାନ କ୍ରୟ
କେନ୍ଦ୍ରଗୁଡ଼ିକରେ ଆବଶ୍ୟକୀୟ ଭିତ୍ତିଭୂମି ଯଥା ପିଣ୍ଡି, ଧାନ ଖଳା, ଶୌଚାଳୟ ଏବଂ ଚାଷୀ
ପରିଚୟ ପତ୍ର ପ୍ରଦାନ ପାଇଁ ନୂତନ କୋଠରୀର ନିର୍ମାଣ ହେବାର ବ୍ୟବସ୍ଥା ଅଛି । ଏହା ଦ୍ୱାରା ଆମ
ଅଞ୍ଚଳର ଧାନ ଚାଷୀମାନଙ୍କୁ ଧାନ କ୍ରୟ କେନ୍ଦ୍ରରେ ହେଉଥିବା ଅସୁବିଧାର ସମ୍ମୁଖୀନ ହେବାକୁ
ପଡ଼ିବନାହିଁ ବୋଲି ପ୍ରଭାତି ପରିଡା କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା