ଧର୍ମଶାଳା, ୧୩ ସେପ୍େଟମ୍ବର(ହି.ସ.): ବାପ ଝିଅର ସମ୍ପର୍କକୁ ଏକ ପବିତ୍ର ସମ୍ପର୍କ ବୋଲି ପୁରାଣରେ ବର୍ଣ୍ଣିତ ରହିଛି । ଏଭଳି ଏକ ପବିତ୍ର ସମ୍ପର୍କରେ କଳଙ୍କ ଲାଗିଥିବା ବେଳେ ଏଭଳି ଅଭାବନୀୟ ଘଟଣା ସମସ୍ତଙ୍କୁ ବିଚଳିତ କରିଛି । ଜଣେ ବାପା ନିଜର ଜଣେ ପୋଷ୍ୟ ଝିଅ ସହିତ ଶାରିରୀକ ସମ୍ପର୍କ ରକ୍ଷା କରି ତାକୁ ଅନ୍ତସତା କରିଦେଇଥିବା ଘଟଣା ସମଗ୍ର ଧର୍ମଶାଳା ଅଂଚଳରେ ଏକ ଚର୍ଚାର୍ର ବିଷୟ ପାଲଟିଛି । ଧର୍ମଶାଳା ଥାନା ମିର୍ଜାପୁର ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଝିଅ କରି ରଖିଥିବା ଜୈନିକ ନାବାଳିକା ସହିତ ଶାରିରୀକ ସମ୍ପର୍କ ରଖି ତାକୁ ଅନ୍ତସତା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା ମୁତାବକ ଏହି ଥାନା ମିର୍ଜାପୁର ଗ୍ରାମର ଦିବ୍ୟାଙ୍ଗ ଅର୍ଜୁନ ବେହରା (୪୫) ଜଣେ ନାବାଳିକାକୁ ନିଜର ଝିଅ କରି ଘରେ ରଖିଥିଲେ । ଅର୍ଜୁନ ଜଣେ ଦିବ୍ୟାଙ୍ଗ ହୋଇଥିବାରୁ ନାବାଳିକାଟି ତାଙ୍କର ସେବା ସୁଶ୍ରୁସା କରି ତାଙ୍କ ଘରେ ରହୁଥିଲା । ଏହାର ସୁଯୋଗନେଇ ଅର୍ଜୁନ ଉକ୍ତ ନାବାଳିକା ସହିତ ଶାରୀରିକ ସମ୍ପର୍କ ରକ୍ଷା କରିବା ଫଳରେ ସେ ୫ ମାସର ଅନ୍ତସତା ହୋଇଥିବା ଜଣାପଡିଛି । ତେବେ ଲୋକଲଜ୍ୟା ଯୋଗୁଁ ପୀଡିତା ଜଣକ ନିଜ ଘରେ ଏସମ୍ପର୍କରେ ଜଣାଇ ନଥିଲା । ଅନ୍ୟପକ୍ଷେ କାହାରିକୁ କହିଲେ ତାକୁ ଜୀବନରୁ ମାରିଦିଆଯିବ ବୋଲି ଅଭିଯୁକ୍ତ ଧମକ ଦେଇଥିଲା ବୋଲି ପୀଡିତା ତାର ମା ଆଗରେ ଶ୍ୱିକାର କରିଛି । ତେବେ ଏନେଇ ପୀଡିତାର ମା ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ୫୭୨/୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ଅର୍ଜୁନକୁ ଗିରଫ କରି ଡକ୍ତରୀ ମାଇନା କରିବା ପରେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି । ସେହିପର ପୀଡିତା ନାବାଳିକାର ୧୬୪ ରେକର୍ଡ ବୟାନ କରାଯିବା ପାଇଁ ତାକୁ ଯାଜପୁର ଟାଉନସ୍ଥିତ ସଟଷ୍ଟେ ହୋମରେ ରଖାଯାଇଛି ବୋଲି ଥାନା ଅଧିକାରୀ ରଞ୍ଜନ କୁମାର ମାଝି ସୂଚନା ଦେଇଛନ୍ତି ।
----------
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ