ଅବସରପ୍ରାପ୍ତ ପୋଲିସ ପଦାଧିକାରୀ କଲ୍ଯାଣ ସଂଘର ୧୮ତମ ବାର୍ଷିକୋତ୍ସବ
ପୁରୀ, ୧୩ ସେପ୍ଟେମ୍ବର (ହି.ସ.)- ଅବସରପ୍ରାପ୍ତ ପୋଲିସ ପଦାଧିକାରୀ କଲ୍ଯାଣ ସଂଘର ୧୮ତମ ବାର୍ଷିକୋତ୍ସବ ରିଜର୍ଭ ପୋଲିସ ଲାଇନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ପି.ଚିଟି ରାଓ ସଭାପତିତ୍ବ କରିଥିଲେ । ମୁଖ୍ଯ ଅତିଥି ଭାବେ ଅବସରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ତଥା ବର୍ତ୍ତମା
ଅବସରପ୍ରାପ୍ତ ପୋଲିସ ପଦାଧିକାରୀ କଲ୍ଯାଣ ସଂଘର ୧୮ ତମ ବାର୍ଷିକୋତ୍ସବ


ପୁରୀ, ୧୩ ସେପ୍ଟେମ୍ବର (ହି.ସ.)- ଅବସରପ୍ରାପ୍ତ ପୋଲିସ ପଦାଧିକାରୀ କଲ୍ଯାଣ ସଂଘର ୧୮ତମ ବାର୍ଷିକୋତ୍ସବ ରିଜର୍ଭ ପୋଲିସ ଲାଇନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ପି.ଚିଟି ରାଓ ସଭାପତିତ୍ବ କରିଥିଲେ । ମୁଖ୍ଯ ଅତିଥି ଭାବେ ଅବସରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ତଥା ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ଯ ପରାମର୍ଶଦାତା ପ୍ରକାଶ ଚନ୍ଦ୍ର ମିଶ୍ର ଯୋଗଦେଇ କହିଲେ, ପୋଲିସ ଚାକିରି କରି ଅବସର ନେଲେ ମଧ୍ୟ ନିଜ ଭିତରେ ଆତ୍ମୀୟତା ପରିପ୍ରକାଶ ପାଇଁ ଏଭଳି ବୈଠକର ଆବଶ୍ଯକତା ରହିଛି । ପରିବର୍ତ୍ତନଶୀଳ ସମାଜରେ ଆତ୍ମୀୟତା ଅବସର ପରେ ବନ୍ଧୁ ସହ ବନ୍ଧୁ ଦେଖାହେଲେ ବଢିଥାଏ । ୬୦ରୁ ୭୦ ବର୍ଷ ମଧ୍ୟରେ ଅବସରପ୍ରାପ୍ତ ପୋଲିସଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସରକାର ଚିନ୍ତା କରୁଛନ୍ତି । ମୁଖ୍ଯବକ୍ତା ଭାବେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଆଧୁନିକିକରଣର ମୁଖ୍ଯ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଯୋଗଦେଇ କହିଲେ ପୁରୀ ଆସିଲେ ମୋ ନିଜ ଘରପରି ଲାଗେ । ଅବସରପ୍ରାପ୍ତ ପୋଲିସଙ୍କ ବୈଠକ ପାଇଁ ପୋଲିସ ଅବକାଶରେ ଦିଆଯାଇଥିବା ଗୃହଟିକୁ ଉନ୍ନତିକରଣ କରାଯିବ । ଅବସରପ୍ରାପ୍ତ ପୋଲିସଙ୍କ ଠାରୁ ଡିପାର୍ଟମେଣ୍ଟ ଅନେକ ପରାମର୍ଶ ନେଇଥାଏ । ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପୋଲିସ ଅଧୀକ୍ଷକ ସୂର୍ଯ୍ଯମଣୀ ତ୍ରିପାଠୀ ଭୁବନେଶ୍ଵର ଠାରେ ପୋଲିସ ମେମୋରିଆଲ ଗଠନ ପାଇଁ ଦାବି କରିଥିଲେ । ପୋଲିସ ୱେଲଫେୟାର ଫଣ୍ଡ ପୋଲିସଙ୍କ କାମରେ ଅଧିକ ବ୍ଯବହାର କରାଯାଉ । ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପୋଲିସ ଅଧୀକ୍ଷକ ନୀଳମାଧବ ତ୍ରିପାଠୀ, ପୁରୀ ଏସପି ପ୍ରତୀକ ସିଂ, କେନ୍ଦାଞ୍ଚଳ ଆଇଜି ସତ୍ଯଜିତ ନାୟକ ପ୍ରମୁଖ ଯୋଗଦେଇ ଅବସରପ୍ରାପ୍ତ ପୋଲିସ ମାନେ କିପରି ସୁସ୍ଥ ରହିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ସ୍ମରଣିକା ସୂର୍ଯ୍ୟୋଦୟ ଉନ୍ମୋଚିତ ହୋଇଥିଲା । ପୋଲିସ ମୁଖ୍ୟାଳୟରେ ପୋଲିସ ସ୍ମାରକୀ ସ୍ତମ୍ଭ ସ୍ଥାପନ, ପ୍ରତି ପୋଲିସ ଜିଲ୍ଲାରେ ଅବସରପ୍ରାପ୍ତ ପୋଲିସ ପଦାଧିକାରୀ କଲ୍ଯାଣ ସମିତି ପାଇଁ ଗୃହ ଆବଣ୍ଟନ, ସିଏସଆର ଫଣ୍ଡ ରୁ ଆସବାବପତ୍ର ଦେବା ପାଇଁ ସଂଘ ଅନୁରୋଧ କରିଥିଲା ।

ଏହି ଅବସରରେ ପୋଲିସ ଲାଇନ ହାଇସ୍କୁଲର ସପ୍ତମ ଶ୍ରେଣୀ ଛାତ୍ରୀ ନିକିତା ଜେନା, ଅଷ୍ଟମ ଶ୍ରେଣୀର ଲକ୍ଷ୍ମୀପ୍ରିୟା ପୃଷ୍ଟି, ନବମ ଶ୍ରେଣୀର ଦେବସ୍ମୀତା ରଥ ଓ ଦଶମ ଶ୍ରେଣୀ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ମୁନା ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘର ପରିଚାଳନା ସମ୍ପାଦକ ନୀଳ ମୋହନ ତ୍ରିପାଠୀ ବିବରଣୀ ପାଠ କରିଥିବା ବେଳେ, ସମାଜସେବୀ ଯୁବବ୍ରତ କର ବକ୍ତବ୍ଯ ରଖିଥିଲେ । ବିରଜା ପ୍ରସାଦ ସାମଲ ମଞ୍ଚ ପରିଚଳନା କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଜ୍ଞାନରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande