ଭୁବନେଶ୍ୱର, 13 ସେପ୍ଟେମ୍ବର (ହି.ସ.)- ଜୋର୍ଡାନର
ରାଜଧାନୀ ଓମାନ ସହରରେ ଚଳିତ ମାସ ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରଥମ 17 ବର୍ଷରୁ କମ୍ ବାଳକ ଏସିଆନ୍ ହ୍ୟାଣ୍ଡବଲ ପ୍ରତିଯୋଗିତା ଆୟୋଜନ
ହେବାକୁ ଯାଉଛି । ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ଅଂଶଗ୍ରହଣ କରିବେ ୩ଜଣ କୋଚ ଭାବେ ଗୌରୀ ଶଙ୍କର ମିଶ୍ର ତଥା ଖେଳାଳି ଭାବେ
ସୁପ୍ରଜିତ ବେହେରା ଓ ସ୍ୱସ୍ତିକ ମହାପ୍ରସାଦ ପତି । ଜାତୀୟ ଦଳ ଲାଗି ମନୋନୀତ ହୋଇ ଇତିହାସ ରଚିଛନ୍ତି । ଓଡିଶା ହ୍ୟାଣ୍ଡବଲରେ ଆଉ ଏକ ଫର୍ଦ ଯୋଡ଼ି ହୋଇଛି । ଗତ ମେ ମାସରେ
ଲକ୍ଷ୍ନୌ ଠାରେ ଅନୁଷ୍ଠିତ ଭାରତ ହ୍ୟାଣ୍ଡବଲ ଦଳର ଚୂଡାନ୍ତ ଚୟନ ଶିବିରରେ ସୁପ୍ରଜିତ ଓ
ସ୍ୱସ୍ତିକ ନିଜର ପାରଦର୍ଶିତା ପ୍ରଦର୍ଶନ କରି ଭାରତୀୟ ଦଳ ପାଇଁ ମନୋନୀତ ହୋଇ ଥିଲେ । ସୁପ୍ରଜିତ ଓ ସ୍ୱସ୍ତିକ କୋଚ ଗୌରୀ ଶଙ୍କରଙ୍କ ଠାରୁ
ଗତ ଦୁଇ ବର୍ଷ ହେବ ହ୍ୟାଣ୍ଡବଲର କଳାକୌଶଳ ଶିଖୁଛନ୍ତି । ଗୌରୀ ଶଙ୍କର କହିଛନ୍ତି
ଆର୍ଯ୍ୟନ ପରେ ତାଙ୍କର ଦୁଇଜଣ ଛାତ୍ର ଭାରତୀୟ ଦଳରେ ସ୍ଥାନ ପାଇଥିବାରୁ ସେ ବହୁତ ଖୁସି । ଏଠାରେ ସୂଚନାଯୋଗ୍ୟ ଯେ ଆର୍ଯ୍ୟନ ବ୍ରାହ୍ମୀନ ଓଡ଼ିଶାର
ପ୍ରଥମ ଅନ୍ତଜାତୀୟ ଖେଳାଳି ହୋଇଥିବା ବେଳେ ତାଙ୍କ ବାପା ଗୌରୀଶଙ୍କର ପ୍ରଥମ କୋଚ ଭାବେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଗୌରୀ ଶଙ୍କର,
ସୁପ୍ରଜିତ ଓ ସ୍ୱସ୍ତିକଙ୍କୁ ଓଡିଶା ହ୍ୟାଣ୍ଡବଲ ସଂଘର
ସଭାପତି ବିପ୍ଳବ ଚୌଧୁରୀ, ସମ୍ପାଦକ ମାନସ
କୁମାର ସିଂ, କୋଷାଧ୍ୟକ୍ଷ
ଶୀତେନ୍ଦ୍ରନାଥ ଦାସ ଓ ଭୁବନେଶ୍ୱର ସମ୍ପାଦକ ପ୍ରଶାନ୍ତ କୁମାର ନାୟକ ଶଭେଛl
ଓ ଶୁଭକାମନା ଜଣାଇଛନ୍ତି । ରାଜ୍ୟରେ ହ୍ୟାଣ୍ଡବଲ କ୍ରୀଡାର ବିକାଶ
ଲାଗି ସଦା ତତ୍ପର କୋଚ୍ ଗୌରୀ ଶଙ୍କର ମିଶ୍ର ନିଜ
ପ୍ରଶିକ୍ଷକ ଜୀବନରେ ଆଉ ଏକ ଉପଲବ୍ଧି ହାସଲ କରିବାକୁ ଯାଉଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା