ଭୁବନେଶ୍ୱର, 13 ସେପ୍ଟେମ୍ବର (ହି.ସ.)- ଆଜି ପାଟଣାଗଡ଼
ସ୍ଥିତ କେଭି ସିଂହଦେଓଙ୍କ ବାସଭବନ ରାଜଖମାରରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ
ଶ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ନିର୍ଦ୍ଦେଶ ଅନୁଯାୟୀ ୧୭ ସେପ୍ଟେମ୍ବର ମାନନୀୟ
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଠାରୁ ୦୨ ଅକ୍ଟୋବର ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ‘ସେବାପକ୍ଷ' ସମୟରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ
ଅନ୍ତର୍ଗତ ପାଟଣାଗଡ଼ ବିଧାନସଭା ସ୍ତରୀୟ ସାଙ୍ଗଠନିକ କର୍ମଶାଳା ଆୟୋଜିତ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା