ବାରିପଦା, 14 ସେପ୍ଟେମ୍ବର (ହି.ସ.) ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ତୁଳସୀଚୌରା, ବାରିପଦାରେ ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାମନ୍ଦିର ବିଭାଗର ପର୍ଯ୍ୟାୟ ପ୍ରମୁଖ ଆଚାର୍ଯ୍ୟ ଛତିଶ ଚନ୍ଦ୍ର ମହାନ୍ତ ସ୍ବାଗତ ଭାଷଣ ଦେଇଥିଲେ।ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ବାଇ ଗଣ ବାଡ଼ିଆ କଲେଜ ତଥା ବିଦ୍ୟାଳୟର ସଭାପତି ଡ. ଗଙ୍ଗାଧର ବେହେରା ଜାତୀୟ ଶିକ୍ଷାନୀତି ଆଧାରରେ ଶିଶୁବାଟିକାର ଶିକ୍ଷା ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ l ବିଦ୍ୟାଳୟର ଆଚାର୍ଯ୍ୟ ସୁମନ୍ତ କୁମାର ସେଠୀ ମାତୃମଣ୍ଡଳୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶିଶୁବାଟିକା ପ୍ରମୁଖ ଅପର୍ଣ୍ଣା ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିବା ଅବସରରେ ଶିଶୁକୁ ଭଲ ମଣିଷ କରି ଗଢି ତୋଳିବାରେ ମାଆମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ରଖିଥିଲେ । ଡାକ୍ତର ଗୁରୁଜୀ, ନିରଞ୍ଜନ ଗୁରୁଜୀ, ସବିତା ଗୁରୁମା, ମାଣିକେଶ୍ବରୀ ଗୁରୁମା , ଯାମିନି ଗୁରୁମା, ପାର ଦିଦି, ସୁବର୍ଣ୍ଣ ଦିଦି ପଙ୍କଜିନି ଦିଦି ସହଯୋଗରେ କର୍ମଶାଳା ସଫଳ ହୋଇଥିଲା l ଉକ୍ତ କର୍ମଶାଳାରେ ଶତାଧିକ ମାଆ ଅଭିଭାବକ ସକ୍ରିୟ ଅଂଶଗ୍ରହଣ କରି ନିଜ ନିଜର ମତ ବ୍ୟକ୍ତ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ