ମହିଳା ଏସିଆ କପ୍ ଫାଇନାଲରେ ପ୍ରବେଶ କରିଥିବାରୁ ଭାରତୀୟ ହକି ଟିମକୁ ଶୁଭକାମନା ଜଣାଇଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର, 14 ସେପ୍ଟେମ୍ବର (ହି.ସ.) - ମହିଳା ଏସିଆ କପ୍ ୨୦୨୫ର ଫାଇନାଲ୍‌ରେ ପ୍ରବେଶ କରିଥିବା ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଶନିବାର ହୋଇଥିବା ସୁପର-୪ ପର୍ଯ୍ୟାୟରେ ପୂର୍ବତନ ଚାମ୍ପିୟନ୍ ଜାପାନ ବିରୋଧରେ ୧-୧ ଗୋ
ମହିଳା ଏସିଆ କପ୍     ଫାଇନାଲରେ ପ୍ରବେଶ କରିଥିବାରୁ ଭାରତୀୟ ହକି ଟିମକୁ ଶୁଭକାମନା ଜଣାଇଲେ ନବୀନ ପଟ୍ଟନାୟକ


ଭୁବନେଶ୍ୱର, 14 ସେପ୍ଟେମ୍ବର (ହି.ସ.)

- ମହିଳା ଏସିଆ

କପ୍ ୨୦୨୫ର ଫାଇନାଲ୍‌ରେ ପ୍ରବେଶ କରିଥିବା ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ

ଦଳ ନେତା ନବୀନ ପଟ୍ଟନାୟକ ।

ଶନିବାର ହୋଇଥିବା ସୁପର-୪

ପର୍ଯ୍ୟାୟରେ ପୂର୍ବତନ ଚାମ୍ପିୟନ୍ ଜାପାନ ବିରୋଧରେ ୧-୧ ଗୋଲର ଡ୍ରଅ କରି ଭାରତୀୟ ଦଳ ଫାଇନାଲ୍‌ରେ

ପ୍ରବେଶ କରିଛି। ଏହି ଉଲ୍ଲେଖନୀୟ ଉପଲବ୍ଧି ଉପରେ ପଟ୍ଟନାୟକ ସୋସିଆଲ୍ ମିଡିଆରେ ଲେଖିଛନ୍ତି ଯେ, ଦଳ ଏକ ଶ୍ରେଷ୍ଠ ପ୍ରଦର୍ଶନ କରି ଇତିହାସ ରଚିଛି।

ସେ ଏହାପରେ ଆଶା ବ୍ୟକ୍ତ

କରିଛନ୍ତି ଯେ ଭାରତୀୟ ମହିଳା ହକି ଦଳ ବିଜୟ ଧାରା ଜାରି ରଖି, ଏଥର ଟାଇଟେଲ ଜିତିବ। ଟିମ୍‌କୁ ଫାଇନାଲ୍ ମୁକାବିଲା ପାଇଁ ଶୁଭେଚ୍ଛା

ମଧ୍ୟ ଜଣାଇଛନ୍ତି ବିରୋଧୀ ଦଳ ନେତା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande