ଶିଶୁ ସାହିତ୍ୟ ବିକାଶ ପରିଷଦ
ଗଂଜାମ, 14 ସେପ୍ଟେମ୍ବର (ହି.ସ.) ବ୍ରହ୍ମପୁର ଉତ୍କଳ ଆଶ୍ରମ ପାଠାଗାର କକ୍ଷରେ ଶିଶୁ ସାହିତ୍ୟ ବିକାଶ ପରିଷଦର ଶାରଦୀୟ ସାହିତ୍ୟ ଆସର ସଭାପତି ହାଡ଼ିବନ୍ଧୁ ମାଳି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଯାଇଛି। ବିଶିଷ୍ଟ ସ୍ତମ୍ଭକାର ଶିକ୍ଷାବିତ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ହାରି
ଶିଶୁ ସାହିତ୍ୟ ବିକାଶ ପରିଷଦ


ଗଂଜାମ, 14 ସେପ୍ଟେମ୍ବର (ହି.ସ.)

ବ୍ରହ୍ମପୁର ଉତ୍କଳ ଆଶ୍ରମ ପାଠାଗାର କକ୍ଷରେ ଶିଶୁ ସାହିତ୍ୟ ବିକାଶ ପରିଷଦର ଶାରଦୀୟ ସାହିତ୍ୟ ଆସର ସଭାପତି ହାଡ଼ିବନ୍ଧୁ ମାଳି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଯାଇଛି।

ବିଶିଷ୍ଟ ସ୍ତମ୍ଭକାର ଶିକ୍ଷାବିତ ଅବସରପ୍ରାପ୍ତ ଅଧ୍ୟକ୍ଷ

ଡ଼ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ହାରିତସ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଉଦ୍ଘାଟନ କରିଥିଲେ।

ସାଧାରଣ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ ସମ୍ପାଦକୀୟ ସହ କାର୍ଯ୍ୟକ୍ରମ ସୂଚନା ପ୍ରଦାନ କରିଥିଲେ।ଏହି ଅବସରରେ ପାଠାଗାର ଆନ୍ଦୋଳନ ପ୍ରମୁଖ ପ୍ରବକ୍ତା ତଥା ବିଶିଷ୍ଟ ଅରବିନ୍ଦ ସଂଗ୍ରାହଳୟ ର ପ୍ରତିଷ୍ଠାତା ସ୍ବର୍ଗତ ଦାଶରଥି ପଟ୍ଟନାୟକ ଦାସିଆ ଅଜା ଙ୍କ ଶ୍ରାଦ୍ଧବାର୍ଷିକୀ ରେ ସ୍ମୃତି ଚାରଣ କରା ଯାଇଥିଲା। ପଣ୍ଡିତ ଚନ୍ଦ୍ର ଶେଖର ମହାପାତ୍ର ବେଦ ପାଠ କରିଥିଲେ। କବୟିତ୍ରୀ ଶ୍ରୀମତୀ ପଦ୍ମିନୀ ମିଶ୍ର ଙ୍କ ସଂଯୋଜନା ରେ ଅନୁଷ୍ଟିତ ଶାରଦୀୟ ଶିଶୁ ସାହିତ୍ୟ ଆସରରେ କାର୍ଯ୍ୟକାରୀ ସଭାପତି ବିଜୟ ଚନ୍ଦ୍ର ନନ୍ଦ, ଉପଦେଷ୍ଟା ଡ଼ ବିଜୟ ଚନ୍ଦ୍ର ମହାରଣା, ଉପସଭାପତି ଶ୍ରୀମତୀ ଜ୍ୟୋସ୍ନାମୟୀ ପ୍ରଧାନ, କୋଷାଧ୍ୟକ୍ଷ ନିତ୍ୟାନନ୍ଦ ପାଢୀ, ସଂଗଠନ ସମ୍ପାଦକ ସୁଦାମ ପାଣିଗ୍ରାହୀ ଙ୍କ ସମେତ ଡ଼ ସୂଚନା ପାଢୀ, ସୁଶ୍ରୀ ସୁଚେତା ପାଣିଗ୍ରାହୀ,, ଶ୍ରୀମତୀ ଅମିତା ମିଶ୍ର ଦାଶ, ଭିକାରୀ ଚରଣ ମହାପାତ୍ର, ଡ଼ ବନମାଳୀ ପାଣିଗ୍ରାହୀ, ଡ଼ ସନ୍ତୋଷ କୁମାର ଦାଶ ,ବିରୁପାକ୍ଷ ଦାଶ, ଇଂ. ଆଶୁତୋଷ ପାତ୍ର,ଶରତ କୁମାର ଦାସ, ଶଙ୍କର୍ଷଣ ତ୍ରିପାଠୀ, ବଂଶୀଧର ସେଠୀ ,କୁରେଶ କୁମାର ମହାରଣା ପ୍ରମୁଖ ସ୍ବରଚିତ ଶାରଦୀୟ ଶିଶୁ କବିତା, ଆଲେଖ୍ୟ ଓ ଗଳ୍ପ ପାଠ କରିଥିଲେ ବିଜୟ ଚନ୍ଦ୍ର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁ ସ୍ଥାନ ସମାଚାର/ହୃଷୀକେଶ

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande