ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ
ଗଞ୍ଜାମ, ୧୫ ସେପ୍ଟେମ୍ବର (ହି.ସ.)- ଶେରଗଡ଼ ବ୍ଳକ ପିତ୍ତଳ ପଞ୍ଚାୟତ ସ୍ତରୀୟ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ପ୍ରଥମ ଅଙ୍ଗନବାଡ଼ି କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଞ୍ଚଳ ପରିଦର୍ଶିକା ସଞ୍ଜୁକ୍ତା ପ୍ରଧାନ ଯୋଗ ଦେଇ କନ୍ୟା ଭୃଣ ହତ୍ୟା ନିରୋଧ, ବାଲ୍ୟ ବିବାହ ମୁକ୍ତ, ବେଟିବଚାଅ ବେଟିପଢାଅ
ଶିଶୁ ଙ୍କ ପାଇଁ ଦିନ ଟିଏ


ଗଞ୍ଜାମ, ୧୫ ସେପ୍ଟେମ୍ବର (ହି.ସ.)- ଶେରଗଡ଼ ବ୍ଳକ ପିତ୍ତଳ ପଞ୍ଚାୟତ ସ୍ତରୀୟ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ପ୍ରଥମ ଅଙ୍ଗନବାଡ଼ି କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଞ୍ଚଳ ପରିଦର୍ଶିକା ସଞ୍ଜୁକ୍ତା ପ୍ରଧାନ ଯୋଗ ଦେଇ କନ୍ୟା ଭୃଣ ହତ୍ୟା ନିରୋଧ, ବାଲ୍ୟ ବିବାହ ମୁକ୍ତ, ବେଟିବଚାଅ ବେଟିପଢାଅ, ମୋ ଗେଲ୍ଳା ଝିଅ କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମୋ ଗେଲ୍ଳା ଝିଅ କାର୍ଯ୍ୟକ୍ରମରେ ପଞ୍ଚାୟତର ଏକ ଶିଶୁ କନ୍ୟା ଓ ମାଆଙ୍କୁ ସମ୍ମାନିତ କରାଯାଇଥିଲା।‌ ପ୍ରାରମ୍ଭରେ ପିତ୍ତଳ ବାଳିକା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୁନୀତି ଦାଶ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୱ।ଡସଭ୍ୟା ସୁଦଷ୍ଣା ପଟ୍ଟନାୟକ, ଅଙ୍ଗନବାଡ଼ି କର୍ମୀ ରଞ୍ଜିତା ରଥ, ତୃଷ୍ଣା କୁମାରୀ ମିଶ୍ର, ମନିଷା ନାୟକ, କାଦମ୍ବରୀ ନାୟକ, ଏ ସୁଜାତା ପାତ୍ର, ବାସନ୍ତୁ ସାହୁ, ନମିତା ବେହେରା, ଗିତାଞଳୀ ନାୟକ, ବବିତା ପାତ୍ର, ସନ୍ଧ୍ୟା ରାଣୀ ଦାଶ,ଆଶା କର୍ମୀ, ସହାୟିକା, ସ୍ଥାନୀୟ ଅଭିଭାବକ, ମହିଳା ଓ ଶିଶୁମାନେ ଅଂଶଗ୍ରହଣ କରିଥିଲେ। ଶେଷରେ ଅଙ୍ଗନବାଡ଼ି କର୍ମୀ ପୁଷ୍ପାଞ୍ଜଳି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande