ସ୍ଵାଧିନତାର ୭୬ ବର୍ଷ ପରେ ଡ଼ମ ଜାତି ଅବହେଳିତ; କଲ୍ୟାଣ ସମିତି ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
ସ୍ୱାଧିନତାର ୭୬ବର୍ଷ ପରେ ଡ଼ମ ଜାତି ଅବହେଳିତ କଲ୍ୟାଣ ସମିତି ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
ସ୍ଵାଧିନତାର ୭୬ ବର୍ଷ ପରେ ଡ଼ମ ଜାତି ଅବହେଳିତ; କଲ୍ୟାଣ ସମିତି ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ


ବାରିପଦା, ୧୫ ସେପ୍ଟେମ୍ବର (ହି.ସ.)- ଡମ ଜାତିର ବିକାଶ ପାଇଁ ଜିଲ୍ଲାର ଅନୁସୂଚୀତ ଜାତି କଲ୍ୟାଣ ସମିତି ପକ୍ଷରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସ୍ୱାଧିନତାର ୭୬ ବର୍ଷ ପରେ ମଧ୍ୟ ଉକ୍ତ ଅନୁସୂଚିତ ଜାତି ଅବହେଳିତ ଥିବା ବେଳେ ନ୍ୟାୟ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ବାରିପଦା ଗସ୍ତ ଅବସରରେ ସଭାପତି କରମଚାନ୍ଦ କାଳନ୍ଦୀ ଦାବି ଉପସ୍ଥାପନ କରିଛନ୍ତି। ସାମାଜିକ ସ୍ତରରେ ଅନ୍ୟ ଜନଜାତି ତୁଳନାରେ ଉକ୍ତ ଜନଜାତି ପଛରେ ପଡିଛନ୍ତି। ଜୀବନ ଜୀବିକା ପାଇଁ ଡୁମ ସମ୍ପ୍ରଦାୟ ବାଉଁଶରେ ତିଆରି ସାମଗ୍ରୀ ଉପରେ ନିର୍ଭର କରନ୍ତି। କିନ୍ତୁ ବର୍ତ୍ତମାନ ପ୍ଲାଷ୍ଟିକ ଯୁଗ ପାଇଁ ଏହାର ଚାହିଦା କମି ଯାଉଛି। ତେଣୁ ଚଳିବା କଷ୍ଟକର ହୋଇଛି। ରହିବା ପାଇଁ ଜମିବାଡ଼ି ଓ ଘରଡ଼ିହ ନାହିଁ। ବ୍ୟବସାୟ କ୍ଷେତ୍ରରେ ଅର୍ଥର ଅଭାବ ଯୋଗୁଁ ଅବହେଳିତ ରହିଛନ୍ତି। ଏହାସହିତ ଶିକ୍ଷାରେ ଅବହେଳିତ ଥିବା ବେଳେ ମାତ୍ର ୫% ଲୋକ ଉଚ୍ଚଶିକ୍ଷିତ ରହିଛନ୍ତି। ଯାହା ଫଳରେ ସରକାରି ଚାକିରି ମଧ୍ୟ ପାଉନାହାଁନ୍ତି। ରାଜନୀତି କ୍ଷେତ୍ରରେ ମଧ୍ୟ ଉକ୍ତ ସମାଜ ଅନ୍ୟ ଜାତି ତୁଳନାରେ ଅବହେଳିତ ରହିଛନ୍ତି। ତେଣୁକରି ଡ଼ମ ଜନଜାତି ଉନ୍ନତି ନିମନ୍ତେ ସରକାର ସ୍ବତନ୍ତ୍ର ଭାବରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

ଏହା ସହିତ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ. କୃଷ୍ଣଚନ୍ଦ୍ର ମହାପାତ୍ର, ସାଂସଦ ଓ ବିଧାୟକ ମାନଙ୍କୁ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande