ବରିଷ୍ଠମାନେ ସମାଜର ମାର୍ଗ ଦର୍ଶକ
ଭଦ୍ରକ, ୧୫ ସେପ୍ଟେମ୍ବର (ହି.ସ) - ପୁରୁଣାବଜାର ବରିଷ୍ଠ ନାଗରିକ ସଂଘର ବାର୍ଷିକ ଉତ୍ସବ ବାଙ୍କା ବଜାର ଶ୍ରୀ ଶ୍ରୀ ଦଧିବାମନ ଜୀୟୁଙ୍କ ମନ୍ଦିର ପରିସରରେ ସଭାପତି ଡ଼ା. ହକିମୁଦ୍ଧିନ ଖାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ହାଜି ମୋକିତ୍ ଖାଁ ଅତିଥିମାନଙ୍କୁ ମଂଚ ଆମନ୍ତ୍ରଣ ପରେ ଗାନ୍ଧୀ ଓଡ଼ିଶା ବାଳା
BARISTA MANE SAMAJARA MARGA DARSAK


ଭଦ୍ରକ, ୧୫ ସେପ୍ଟେମ୍ବର (ହି.ସ) - ପୁରୁଣାବଜାର ବରିଷ୍ଠ ନାଗରିକ ସଂଘର ବାର୍ଷିକ ଉତ୍ସବ ବାଙ୍କା ବଜାର ଶ୍ରୀ ଶ୍ରୀ ଦଧିବାମନ ଜୀୟୁଙ୍କ ମନ୍ଦିର ପରିସରରେ ସଭାପତି ଡ଼ା. ହକିମୁଦ୍ଧିନ ଖାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ହାଜି ମୋକିତ୍ ଖାଁ ଅତିଥିମାନଙ୍କୁ ମଂଚ ଆମନ୍ତ୍ରଣ ପରେ ଗାନ୍ଧୀ ଓଡ଼ିଶା ବାଳାଶ୍ରମର ଛାତ୍ରଛାତ୍ରୀମାନେ ‘ବନ୍ଦେ ଉତ୍କଳ ଜନନୀ’ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଅବସରପ୍ରାପ୍ତ ପ୍ରାଧ୍ୟାପକ ରୋଟାରିଆନ୍ ସେକ୍ ନାଶିର ବକ୍ସ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭାପତିଙ୍କ ପ୍ରାରମ୍ଭିକ ସୂଚନା ପରେ ସଂପାଦକ ରାମଚନ୍ଦ୍ର କର ସଂପାଦକୀୟ ବୀବରଣୀ ପାଠ କରିଥିଲେ । ନାଗରିକ ସଂଘର ବରିଷ୍ଠ ସଦସ୍ୟ ତଥା ଉପଦେଷ୍ଟା ସେକ୍ ଫାରୁକ ଓ ଅଶୋକ ଦାସ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଳେ । ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁ ବରିଷ୍ଠମାନେ ସମାଜର ପଥ ପଦର୍ଶକ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେଲେ ଆମ୍ଭେ ସୁନ୍ଦର ସମାଜ ଗଠନ କରିପାରିବା, ଅନ୍ୟତମ ଅତିଥି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଂଶୁମାନ ଦ୍ୱିବେଦୀ ଓ ପୁରୁଣାବଜାର ଥାନାର ଭାରପ୍ରାପ୍ତ ଅଧିକାରୀ ସୁଶାନ୍ତ କୁମାର ସାହୁ, ବରିଷ୍ଠମାନଙ୍କ ପାଇଁ ପ୍ରଶାସନର ଦାୟୀତ୍ୱ ଓ କର୍ତବ୍ୟ ବଷୟରେ ଆଲୋକପାତ କରିବା ସହ, ବରିଷ୍ଠମାନଙ୍କ ସମସ୍ୟା ସମାଧାନ ପାଇଁ ପ୍ରଶାସନ ଓ ପୋଲିସ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ । ଭଦ୍ରକ ମହାସଂଘର ସଂପାଦକ କୈଳାସ ଚନ୍ଦ୍ର ମହାପାତ୍ର ଭଦ୍ରକ ଜିଲ୍ଲାର ବିଭିନ୍ନ ବରିଷ୍ଠ ନାଗରିକ ସଂଘର କାର୍ଯ୍ୟକଳାପ, ସଂଘ ଗଠନର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ । ମହାସଂଘର ସଭାପତି ତଥା ମୁଖ୍ୟବକ୍ତା ଲଲାଟେନ୍ଦୁ ମହାନ୍ତି ବରିଷ୍ଠମାନଙ୍କ ହକ୍ ବିଷୟରେ ସୂଚନା ଦେବା ସହ ତାହା ହାସଲ ପାଇଁ ଆଇନ୍ ଗତ ସୁବିଧା ବିଷୟରେ ଆଲୋକପାତ କରିଥିଲେ । ଭଦ୍ରକର ସ୍ୱନାମଧ୍ୟନ୍ୟ ଭେଷଜ ବିଶେଷଜ୍ଞ ଡ଼ା ରବିନ୍ଦ୍ର କୁମାର ନାୟକ ଅତିଥିଭାବେ ଯୋଗଦାନ କରି ବରିଷ୍ଠମାନେ କିପରି ଭାବରେ ରୋଗମୁକ୍ତ ଆନନ୍ଦ ଜୀବନଯାପନ କରିବେ ସେଥିପାଇଁ ଖାଦ୍ୟ, ପାନୀୟ, ଯୋଗ ବିଷୟରେ ସଚେତନ କରିଥିଲେ । ସଂଘର ବରିଷ୍ଠ ନାଗରିକ ବିଜୟ କୁମାର ଘଡ଼େଇ, ମୁବାରକ ହୋସେନ୍‌, ଲୋକମାନ ଖାଁ ଓ ରମାକାନ୍ତ ସେଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଖଣ୍ଡତଡ଼ା ଓ ଗୁଜିଦରଡ଼ା ଗ୍ରାମ ପଂଚାୟତର ବରିଷ୍ଠ ସଦସ୍ୟ ବିଶ୍ୱନାଥ ନାୟକ ଓ ଶରତ ଚନ୍ଦ୍ର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ବରିଷ୍ଠ ନାଗରିକ ସଂଘ ଗଠନର ଗୁରୁତ୍ୱ ଉପଲବ୍ଧି କରି ନିଜ ଅଂଚଳରେ ଏକ ସଂଘ ପ୍ରତିଷ୍ଠା ପାଇଁ ପ୍ରେରଣା ପାଇଥିଲେ । ସଂଘର ବରିଷ୍ଠ ସଦସ୍ୟ ସୁଧାକର ରାଉତ ମଂଚ ପରିଚାଳନା କରିଥିଲେ ଓ ବ୍ରିଗେଡ଼୍ ସ୍କୁଲର ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ସେନ୍‌, ପ୍ରମୋଦ କୁମାର ପଣ୍ଡା, ଅସରଫ ଅଲ୍ଲି ଖାଁ, ସଇଦ୍ ସାହା, ହାଜି କୟୁମ୍ ଅଲ୍ଲି, ହିଫଜୁର ରହେମାନ ଖାଁ, ଇଂ ହବିବୁଲ୍ଲା ଖାଁ, ବିବେକାନନ୍ଦ ମୁଖାର୍ଜୀ, ବିଜୟ ଅଗସ୍ତି, ରାଧାନାଥ ପରିଡ଼ା, ମିର୍ଜା ସଜ୍ୱାଦ ବେଗ, ହୃଦାନନ୍ଦ ବେହେରା ଓ ସେକ୍ ମେହେବୁବ୍ ପ୍ରମୁଖ ସଫଳ କାର୍ଯ୍ୟକ୍ରମ ପାଇଁ ସହଯୋଗ କରିଥିଲେ । ଗତ ୧୩ ସେପ୍ଟେମ୍ବର ଦିନ ଓଡ଼ିଶା ସୈନିକ ସ୍କୁଲ, ମାଦ୍ରାସା କାଦରିଆ ହବିବିଆ, ଗାନ୍ଧୀ ଓଡ଼ିଶା ବାଳାଶ୍ରମ, ଗରଦପୁର ଓ ସରସ୍ୱତୀ ଶିଶୁ ମନ୍ଦିର, ପୁରୁଣା ବଜାର ପ୍ରାଙ୍ଗଣରେ ବୃକ୍ଷରୋପଣ କରାଯାଇଥିଲା । ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଓ ସଂଘର କର୍ମକର୍ତାମାନେ ସଂପୂର୍ଣ୍ଣ ସହଯୋଗ କରିଥିଲେ । ‘ ସମାଜ ପାଇଁ ବୃକ୍ଷଟିଏ” କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରୟାସ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande