ରାଜ୍ୟରେ ସାର ସଙ୍କଟ ନେଇ ରାଜଭବନ ଘେରିଲା ବିଜେଡି
ଭୁବନେଶ୍ୱର,୧୫ ସେପ୍ଟେମ୍ବର (ହି.ସ) - ରାଜ୍ୟରେ ସାର ସଙ୍କଟ ନେଇ ବିଜେଡି ପକ୍ଷରୁ ସୋମବାର ଦିନ ରାଜଭବନରେ ସମ୍ମୁଖରେ ଅନ୍ଦୋଳନ କରାଯାଇଛି। ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଇ ଚାଷୀଙ୍କ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ନିବେଦନ କରିଛି ବିଜେଡି। ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ
ରାଜ୍ୟରେ ସାର ସଙ୍କଟ ନେଇ ରାଜଭବନ ଘେରିଲା ବିଜେଡି


ଭୁବନେଶ୍ୱର,୧୫ ସେପ୍ଟେମ୍ବର (ହି.ସ) - ରାଜ୍ୟରେ ସାର ସଙ୍କଟ ନେଇ ବିଜେଡି ପକ୍ଷରୁ ସୋମବାର ଦିନ ରାଜଭବନରେ ସମ୍ମୁଖରେ ଅନ୍ଦୋଳନ କରାଯାଇଛି। ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଇ ଚାଷୀଙ୍କ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ନିବେଦନ କରିଛି ବିଜେଡି।

ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଓଡ଼ିଶାରେ ଖରିଫ ଚାଷ ଚାଲିଛି। ଚାଷ କାମ ଏବେ ପିକ ରହିଛି ଓ ଚାଷୀଙ୍କୁ ସାରର ଅତ୍ୟନ୍ତ ଆବଶ୍ୟକତା ରହିଛି। କିନ୍ତୁ ରାଜ୍ୟ ସରକାର ସାର ଯୋଗାଇ ପାରୁ ନାହାନ୍ତି। ଚାଷୀ ସାର ପାଇଁ ଦହଗଞ୍ଜ ହେଉଛନ୍ତି। ଚାଷୀଙ୍କୁ ସାର ଯୋଗାଇ ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ। ସରକାର କହୁଛନ୍ତି ପର୍ଯ୍ୟାପ୍ତ ପରିମାଣରେ ସାର ମହଜୁଦ ଅଛି। ହେଲେକ ଚାଷୀ କହୁଛନ୍ତି ସାର ମିଳୁ ନାହିଁ। କିଏ ସତ କହୁଛି। ଲ୍ୟାମ୍ପ ଏବଂ ପ୍ୟାକସ ଆଗରେ ସାର ପାଇଁ ସକାଳୁ ସନ୍ଧ୍ୟା ଯାଏଁ କିଲୋମିଟର ବ୍ୟାପି ଲମ୍ବା ଲାଇନ ଲାଗୁଛି। ସାର କଳାବଜାରୀ ହେଉଛି। ଖୋଲା ବଜାର ଅର୍ଥ ଲାଇସେନ୍ସ ପ୍ରାପ୍ତ ଡିଲର ତିନି ଗୁଣା ଦାମରେ ସାର ବିକ୍ରୀ କରୁଛନ୍ତି। ଆମେ ସରକାରଙ୍କୁ ଆହ୍ୱାନ କରୁଛୁ। ସରକାରଙ୍କ ମନ୍ତ୍ରୀ ଫିଲ୍ଡକୁ ଯାଆନ୍ତୁ। ଫିଲ୍ଡକୁ ଯାଇ ଦେଖନ୍ତୁ। ମନ୍ତ୍ରୀ ମାନେ କହୁଛନ୍ତି ଚାଷୀ ରାଜନୀତି କରୁଛି। ଏକଥା ଶୁଣି ଆମାକୁ ଲଜ୍ଜ୍ୟା ଲାଗିଲାଣି। ସରକାର ଚାଷୀଙ୍କ ପୋଡ଼ା ଘା ରେ ବାଲି ଦେଉଛନ୍ତି। ଚାଷୀଙ୍କୁ ଅପମାନିତ କରୁଛନ୍ତି। ରାଜ୍ୟରେ ଚାଷୀକୁଳ ହା ହା କାର।

ଏହାକୁ ନେଇ ବିଜେଡିର ୪୦ ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି। ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଇଛି ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଚାଷୀଙ୍କ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ନିବେଦନ କରିଛି ବିଜେଡି। ସାର ବିତରଣକୁ ନିୟନ୍ତ୍ରଣ କରିବାକୁ ଦାବି କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande