ସମ୍ବଲପୁର, ୧୫ ସେପ୍ଟେମ୍ବର(ହି.ସ.) –ଆସନ୍ତା ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ପାଇଁ ଆଜି ଏସ୍ଏସ୍ଏ କନଫରେନ୍ସ ହଲ୍ରେ ଠାରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଅଶୋକ ଭୋଇଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅକ୍ଟୋବର ୧୦ ତାରିଖରେ ତପସ୍ୱିନୀ ହଲ୍ ପରିସରରେ ଆୟୋଜିତ ହେବ। ଏଥିରେ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର, ଔଷଧ ବଂଟନ, ଜିଲ୍ଲାର ସବୁଠାରୁ ବୟୋଜ୍ୟେଷ୍ଠ ନାଗରିକଙ୍କୁ ସମ୍ମାନ, ବୟୋଜ୍ୟେଷ୍ଠ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନିତ କରାଯିବା ସହିତ ଏକ ଅଧିକୃତ ସଭା ଅନୁଷ୍ଠିତ ହେବ। ଏହା ସହିତ ବ୍ଲକ୍ ଓ ଜିଲ୍ଲା ସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ରଚନା ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେବ। ବ୍ଲକ୍ ସ୍ତରୀୟ ରଚନା ପ୍ରତିଯୋଗିତା ସେପ୍େଟମ୍ବର ୨୨ ତାରିଖରେ ଏବଂ ଜିଲ୍ଲାସ୍ତରୀୟ ରଚନା ପ୍ରତିଯୋଗିତା ସେପ୍େଟମ୍ବର ୨୫ ତାରିଖରେ ହେବ ବୋଲି ନିଷ୍ପତି ନିଆଯାଇଛି। ଏଥିସହ ଆହୁତ ସଭାରେ ଅକ୍ଟୋବର ୮ତାରିଖରେ ବ୍ଲକ୍ ସ୍ତରୀୟ ବରିଷ୍ଠ ନାଗରିକ ଦିବସ ପାଳନ କରାଯିବ ବୋଲି ନିଷ୍ପତି ନିଆଯାଇଛି। ସଭାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୌରା ଚନ୍ଦ୍ର ପାଣି, ଏସ୍ଏସ୍ଓ ଚେତାୱାନୀ ବଡାଇକ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଅମୃତ ଲାଲ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ