ସପ୍ତାହବ୍ୟାପୀ ଆୟୋଜିତ ଭାଗବତ ପାରାୟଣ ଉଦଯାପିତ
କେନ୍ଦୁଝର, ୧୫ ସେପ୍ଟେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବେଲଦା (ସରାସ) ଗ୍ରାମ ରାଧାରମଣ ଭାଗବତ ଟୁଙ୍ଗିର ବାର୍ଷିକଉତ୍ସବ ଆନୁକୁଲ୍ୟରେ ସପ୍ତାହବ୍ୟାପୀ ଆୟୋଜିତ ଭାଗବତ ପାରାୟଣ ଉଦଯାପିତ ହୋଇଯାଇଛି। ଭାଗବତ ଟୁଙ୍ଗିର ଉପଦେଷ୍ଟା ଆକୁଳି ଚରଣ ଚକ୍ର, ସମ୍ପାଦକ ବିଷ୍ଣୁ ଚରଣ ଦାସ ଓ ବରି
ସପ୍ତାହବ୍ୟାପୀ ଆୟୋଜିତ ଭାଗବତ ପାରାୟଣ ଉଦଯାପିତ


କେନ୍ଦୁଝର, ୧୫ ସେପ୍ଟେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବେଲଦା (ସରାସ) ଗ୍ରାମ ରାଧାରମଣ ଭାଗବତ ଟୁଙ୍ଗିର ବାର୍ଷିକଉତ୍ସବ ଆନୁକୁଲ୍ୟରେ ସପ୍ତାହବ୍ୟାପୀ ଆୟୋଜିତ ଭାଗବତ ପାରାୟଣ ଉଦଯାପିତ ହୋଇଯାଇଛି। ଭାଗବତ ଟୁଙ୍ଗିର ଉପଦେଷ୍ଟା ଆକୁଳି ଚରଣ ଚକ୍ର, ସମ୍ପାଦକ ବିଷ୍ଣୁ ଚରଣ ଦାସ ଓ ବରିଷ୍ଠ ସଭ୍ୟ ସୁନିଲ କୁମାର ରାଉତଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ, ସଦର ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ପ୍ରସନ୍ନ କୁମାର ଦାସ, ବାଦାମପଟି ଭାଗବତଟୁଙ୍ଗି ପୁରାଣ ପଣ୍ଡା ଲାଲମୋହନ ଗିରି ଓ ରାଧା ରମଣ ଭାଗବତ ଟୁଙ୍ଗି ଉପଦେଷ୍ଟା ଆକୁଳି ଚକ୍ର, ପୁରାଣ ପଣ୍ଡା ତପନ କୁମାର ପଣ୍ଡା, ବରିଷ୍ଠ ସଭ୍ୟ ସୁନିଲ କୁମାର ରାଉତ, ଯୁଧିଷ୍ଟିର ମହାରଣା ତଥା ଗଦାଧର ପରିଡ଼ା ଏହି ଭାଗବତ ପାରାୟଣରେ ସହଯୋଗ କରିଥିଲେ।ଉଦ୍ ଯାପନ ଦିବସରେ ପୂର୍ଣ୍ଣାହୁତି ପରେ ଭାଗବତ ସତସଙ୍ଗ ଅଧିବେଶନ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଜିଲ୍ଲା ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ, ଉପଦେଷ୍ଟା ଭଜ ବେହେରା,ଶିରିଷପାଳ ମୋଟି ଟାଙ୍ଗିରି ଭାଗବତ ଟୁଙ୍ଗି ସଭାପତି ଗାୟକ ପ୍ରସନ୍ନ କୁମାର ଲେଙ୍କା, ସାତସିଙ୍ଗା ଭାଗବତ ଟୁଙ୍ଗି ସମ୍ପାଦକ ଅକ୍ଷୟ କୁମାର ଦାସ, ରାଙ୍କୀ ଭାଗବତ ଟୁଙ୍ଗି ସଭାପତି ବିଶ୍ଵନାଥ ବାରିକ , ହରିଡ଼ାଗୋଠ ଭାଗବତ ଟୁଙ୍ଗି ସଭାପତି ଭାସ୍କର ମହାକୁଡ, ସଦର ବ୍ଲକ ସଭାପତି ପ୍ରସନ୍ନ କୁମାର ଦାସ, କେନ୍ଦୁଝର ଗଡ ପୌରାଞ୍ଚଳ ଭାଗବତ ପ୍ରଚାର ପ୍ରସାର ସମିତି ଉପଦେଷ୍ଟା ପ୍ରଫୁଲ୍ଲ କୁମାର ପ୍ରଧାନ ଭାଗବତ ପୂଜନ ପଠନ ଓ ଶ୍ରବଣର ମାହାତ୍ମ୍ୟ ସମ୍ବନ୍ଧରେ ଜନସମାଜକୁ ଉଦ୍ ବୋଧନ ଦେଇଥିଲେ । ଟୁଙ୍ଗିର ସଦସ୍ୟ ନିଶାକର ନାୟକ, ସନାତନ ନାୟକ, ସୁଶାନ୍ତ ନାୟକ ଓ ରବୀନ୍ଦ୍ର ସ୍ୱାଇଁ ପ୍ରମୁଖ ଏଥିରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande