ଭୁବନ ଏନ୍ ଏ ସି ର ଦ୍ୱାଦଶ ସାଧାରଣ ବୈଠକ
ଭୁବନ, ୧୫ ସେପ୍ଟେମ୍ବର (ହି.ସ.) - ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ଦ୍ୱାଦଶ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ନୂତନ ନଗରପାଳ ଶ୍ରୀମତୀ ମାନିନୀ ସାହୁ ଙ୍କ ଅଧ୍ୟକ୍ଷତାରେ ଏନ୍ ଏ ସି ସଭାଗୃହ ରେ ଅନୁଷ୍ଠିତ ବୈଠକ ରେ ମୁଖ୍ୟ ଅତିଥି ଭାବେ କାମାକ୍ଷା ନଗର ବିଧାୟକ ଶ୍ରୀଯୁକ୍ତ ଶତ୍ରୁଘ୍ନ ଜେନା ଯୋଗଦ
ଭୁବନ ଏନ୍ ଏ ସି ର ଦ୍ୱାଦଶ ସାଧାରଣ ବୈଠକ


ଭୁବନ, ୧୫ ସେପ୍ଟେମ୍ବର (ହି.ସ.) - ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ଦ୍ୱାଦଶ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ନୂତନ ନଗରପାଳ ଶ୍ରୀମତୀ ମାନିନୀ ସାହୁ ଙ୍କ ଅଧ୍ୟକ୍ଷତାରେ ଏନ୍ ଏ ସି ସଭାଗୃହ ରେ ଅନୁଷ୍ଠିତ ବୈଠକ ରେ ମୁଖ୍ୟ ଅତିଥି ଭାବେ କାମାକ୍ଷା ନଗର ବିଧାୟକ ଶ୍ରୀଯୁକ୍ତ ଶତ୍ରୁଘ୍ନ ଜେନା ଯୋଗଦେଇଥିଲେ । କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦତ ସାହୁ ପୂର୍ବ ବୈଠକ ର ବିବରଣୀ ପାଠ କରିଥିଲେ । କାଉନସିଲର ମାନେ ରାସ୍ତା,ଡ୍ରେନ, ଷ୍ଟ୍ରୀଟ ଲାଇଟ୍ , ପାନୀୟ ଜଳ,ପରିମଳ ଓ ବିଦ୍ୟୁତ୍ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ଦଶହରା ପୂର୍ବରୁ ଯୁଦ୍ଧ କାଳୀନ ଭିତିରେ ସମସ୍ତ ରାସ୍ତା,ଡ୍ରେନ ଓ ବିଦ୍ୟୁତ୍ ସମସ୍ୟାର ସମାଧାନ କରାଯିବ ବୋଲି ନଗରପାଳ ସୂଚନା ଦେଇଥିଲେ । ପୂର୍ବରୁ ଟେଣ୍ଡର ହୋଇଥିବା ସମସ୍ତ କାର୍ଯ୍ୟ କରାଯିବ । ଏନ୍ ଏ ସି ର ବିକାଶ ପାଇଁ ସବୁ ପ୍ରକାର ସାହାଯ୍ୟ ସହଯୋଗ ରହିବ ବୋଲି ବିଧାୟକ ଶ୍ରୀଯୁକ୍ତ ଜେନା କହିଥିଲେ ।

ପରିଷଦର ଆୟ ବୃଦ୍ଧି ପାଇଁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ ହୋଇଥିବା ଭେଣ୍ଡିଂ ଜୋନ ଦୋକାନ ଗୃହ କୁ ଆବଂଟନ କରାଯିବାକୁ ଆଲୋଚନା ହୋଇଥିଲା । ଏହି ବୈଠକରେ ସମସ୍ତ କାଉନସିଲର ଯୋଗଦେଇଥିଲେ । ଶେଷରେ ୧ ନମ୍ବର ୱାର୍ଡ କାଉନସିଲର ଗିରିଧାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande