ଚାଷୀଙ୍କ ବିଷୟରେ କହିବା ପାଇଁ ବିଜେଡିର କୌଣସି ଅଧିକାର ନାହିଁ - ବିଜେପି
ଭୁବନେଶ୍ୱର,୧୫ ସେପ୍ଟେମ୍ବର (ହି.ସ)- ସାର ପ୍ରସଙ୍ଗରେ ବିଜେଡିର ଆନ୍ଦୋଳନ ଉପରେ ବିଜେପି ପ୍ରତିକ୍ରିୟା ରଖିଛି। ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ବିଜେଡିର କୌଣସି ଅଧିକାର ନାହିଁ ଚାଷୀଙ୍କ ବିଷୟରେ କହିବା ପାଇଁ। ବିଜେଡିରେ ଗୃହଯୁଦ୍ଧ ଚାଲିଛି। କେହି କାହାକୁ ମାନୁ ନାହାନ୍ତି। ଦଳର ନେତୃତ୍ୱ
ଚାଷୀଙ୍କ ବିଷୟରେ କହିବା ପାଇଁ ବିଜେଡିର କୌଣସି ଅଧିକାର ନାହିଁ - ବିଜେପି


ଭୁବନେଶ୍ୱର,୧୫ ସେପ୍ଟେମ୍ବର (ହି.ସ)- ସାର ପ୍ରସଙ୍ଗରେ ବିଜେଡିର ଆନ୍ଦୋଳନ ଉପରେ ବିଜେପି ପ୍ରତିକ୍ରିୟା ରଖିଛି। ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ବିଜେଡିର କୌଣସି ଅଧିକାର ନାହିଁ ଚାଷୀଙ୍କ ବିଷୟରେ କହିବା ପାଇଁ। ବିଜେଡିରେ ଗୃହଯୁଦ୍ଧ ଚାଲିଛି। କେହି କାହାକୁ ମାନୁ ନାହାନ୍ତି। ଦଳର ନେତୃତ୍ୱ କିଏ ସେମାନେ ଜାଣିନାହାନ୍ତି। ନବୀନ ପଟ୍ଟନାୟକଙ୍କ ବାପା ଖୋଲିଥିବା ଓଟିଏମ୍ କଣ ପାଇଁ ନବୀନ ପଟ୍ଟନାୟକ ବନ୍ଦ କରିଥିଲେ ତାହା କହିପାରିବେ କି?। ବିଜେଡି ଭୁବନେଶ୍ୱରରେ ବସି ଚାଷୀଙ୍କ କଥା କହୁଛି। ଚାଷୀଙ୍କ ସମସ୍ୟା ଜାଣିବାକୁ ଚାହିଁଲେ ଚାଷୀଙ୍କ ପାଖକୁ ଗାଁକୁ ଯିବାକୁ ପଡିବ। ସେମାନେ ଚାଷୀଙ୍କ ପାଖକୁ ଗଲେ ଚାଷୀ ଗୋଡେଇ ପିଟିବେ। ଚାଷୀ ଜାଣିଛନ୍ତି ସେମାନଙ୍କ ଆଜିର ଅବସ୍ଥା ପାଇଁ ବିଜେଡି ଦାୟୀ। ବିଜେଡି କହିପାରିବ କି ୨୪ ବର୍ଷରେ ଚାଷୀଙ୍କ ପାଇଁ କଣ କରିଛି ବୋଲି ସେ ପ୍ରଶ୍ନ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande