କୋରେଇ, ୧୫ ସେପ୍ଟେମ୍ବର (ହି.ସ.)- ପାଣିକୋଇଲି ପୁଲିସ ଆଜି ଗଞ୍ଜେଇ ଓ ବ୍ରାଉନସୁଗାର ଜବତ କରିବା ସହ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । ପାଣିକୋଇଲି ଅଂଚଳରେ ଅବାଧ ନିଶା କାରବାର ଖବର ପାଇ ପୁଲିସ ଚଢଉ କରିଥିଲା । ପୁରୁଣା ଟୋଲ ଗେଟ ନିକଟରେ ଏକ ପାନ ଦୋକାନ ଓ ଅଟା ମିଲ ପାଖରୁ ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି । ଅଟକ ଦୁଇ ଜଣ ପାଣିକୋଇଲି ଥାନା ଅନ୍ତର୍ଗତ ପାଣିକୋଇଲି ଗ୍ରାମର ରୁଟି ବେପାରି ଶିବ ସାହୁ ଓ ଗୋଲେଇପୁର ପଂଚାୟତ ଅନ୍ତର୍ଗତ ଖାନ୍ଦରାପୁର (ସିଂଗଡା) ଗ୍ରାମର ପାନ ଦେକାନୀ ରାଜୀବ ଦଳାଇ ବୋଲି ସୂଚନା ମିଳିଛି । ତଦନ୍ତରେ ବାଧା ଉପୁଜିବା ନେଇ ପୁଲିସ ସମସ୍ତ ତଥ୍ୟ ଦେଇନାହିଁ । ମଙ୍ଗଳବାର ଉଭୟଙ୍କୁ ଅଦାଲତ ଚାଲାଣ କରାଯିବା ସହ ସମସ୍ତ ତଥ୍ୟ ପୁଲିସ ଜଣାଇବ ବୋଲି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ