ବସ-ବାଇକ ସାମ୍ନାସାମନି ଧକ୍କା : ୨ ଗୁରୁତର
ଚମ୍ପୁଆ, ୧୫ ସେପ୍ଟେମ୍ବର (ହି.ସ.) - ଉଖୁଣ୍ଡା ପୂର୍ତ ବିଭାଗ ରାସ୍ତା କାଞ୍ଜିଆସୁଳା ନିକଟରେ ବସ ସହିତ ବାଇକ ସାମନାସାମନି ଧକ୍କା ହେବା ଫଳରେ ବାଇକ ଆରୋହୀ ଦୁଇ ଜଣ ଗୁରୁତର ଆହତ ହାଇଥିବା ଜଣା ପଡିଛି। ଖବର ଅନୁସାରେ, ଚମ୍ପୁଆରୁ କାଞ୍ଜିଆସୁଳା ରାସ୍ତାରେ ଯାଉଥିବା ଧବଳେଶ୍ୱର ନାମକ ଘରୋଇ ବସକୁ କାଞ୍ଜିଆ
ବସ-ବାଇକ ସାମ୍ନାସାମନି ଧକ୍କା : ୨ ଗୁରୁତର


ଚମ୍ପୁଆ, ୧୫ ସେପ୍ଟେମ୍ବର (ହି.ସ.) - ଉଖୁଣ୍ଡା ପୂର୍ତ ବିଭାଗ ରାସ୍ତା କାଞ୍ଜିଆସୁଳା ନିକଟରେ ବସ ସହିତ ବାଇକ ସାମନାସାମନି ଧକ୍କା ହେବା ଫଳରେ ବାଇକ ଆରୋହୀ ଦୁଇ ଜଣ ଗୁରୁତର ଆହତ ହାଇଥିବା ଜଣା ପଡିଛି।

ଖବର ଅନୁସାରେ, ଚମ୍ପୁଆରୁ କାଞ୍ଜିଆସୁଳା ରାସ୍ତାରେ ଯାଉଥିବା ଧବଳେଶ୍ୱର ନାମକ ଘରୋଇ ବସକୁ କାଞ୍ଜିଆ ଶୁଳା ଶାଳ ନିକଟରେ ସମ୍ମୁଖପଟୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ଭାରସାମ୍ୟ ହରାଇ ସାମ୍ନା ସାମନି ଧକ୍କା ଦେଇଥିଲା। ଫଳରେ ବାଇକରେ ବସିଥିବା ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଆହତ ଦୁଇଜଣଙ୍କୁ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନା ପଠାଇଥିଲେ। ଆହତ ମାନେ ହେଲେ କାଞ୍ଜିଆସୁଳା ଗ୍ରାମର ବାଦଲ ନାଏକ (୧୮) ଓ ଝୁମ୍ପୁରା ର ସୋନୁ ନାଏକ (୧୬) । ତେବେ ଆହତ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande