ଜୟପୁର,୧୫ ସେପ୍ଟେମ୍ବର (ହି.ସ.) - ଜୟପୁର ଜୟନଗର ଅଂଚଳରେ ବସବାସ କରୁଥିବା ଅଜିତ କୁମାର ମିଶ୍ରଙ୍କ ନବ ନିର୍ମିତ ଘରୁ ତାର ଚୋରି ହୋଇଥିବା ନେଇ ଟାଉନଥାନାରେ ଅଭିଯୋଗ କରିଛନ୍ତି। ଶ୍ରୀ ମିଶ୍ର ଗ୍ଲୋକାଲ ହସ୍ପିଟାଲ ନିକଟରେ ଏକ ଘର ନିର୍ମାଣ କରୁଥିବା ସମୟରେ ସେହି ଘରେ ନୂତନ ଭାବେ ଲାଗିଥିବା ଇଲେକ୍ଟ୍ରିକ ୱେୟାର ଗୁଡିକୁ ଚୋରମାନେ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତିକରି ଟାଉନପୁଲିସ ଘଟଣା ସ୍ଥଳ ବୁଲି ଦେଖିବା ସହ ମାମଲା ରୁଜୁ କରିଥିବା ଜଣା ପଡିଛି। ଶ୍ରୀ ମିଶ୍ର ଲକ୍ଷାଧିକ ଟଙ୍କାର ତାର ଚୋରି ହୋଇଥିବା ନେଇ ଟାଉନଥାନାରେ ଲିଖିତ ଭାବେ ଜଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି