ଜିଲ୍ଲା ପାଳଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର
ମୁଖୀଗୁଡା ୧୫।୦୯ (ହି. ସ)–ଆଜି କଳାହାଣ୍ଡି ଜିଲ୍ଲା ଜୟପାଟଣା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲାପାଳ କଳାହାଣ୍ଡି ଙ୍କ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଯୋଗଦେଇ ଲୋକଙ୍କର ଆପତ୍ତି ଅଭିଯୋଗର ଶୁଣାଣୀ କରିଥିଲେ । ଏହି ଶିବି
ଅଭିଯୋଗ ଶୁଣାଣି ଶିବିର


ମୁଖୀଗୁଡା ୧୫।୦୯ (ହି. ସ)–ଆଜି କଳାହାଣ୍ଡି ଜିଲ୍ଲା ଜୟପାଟଣା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲାପାଳ କଳାହାଣ୍ଡି ଙ୍କ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଯୋଗଦେଇ ଲୋକଙ୍କର ଆପତ୍ତି ଅଭିଯୋଗର ଶୁଣାଣୀ କରିଥିଲେ । ଏହି ଶିବିରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଆସିଥିବା ୭୧ ଗୋଟି ଆପତ୍ତି ଅଭିଯୋଗର ପଞ୍ଜୀକରଣ କରାଯାଇଥିଲା ସେଥି ମଧ୍ୟରୁ ବ୍ୟକ୍ତିଗତ ୪୮ ଗୋଟି ଓ ସାମୂହିକ ୨୩ ଗୋଟି ରହିଥିବା ବେଳେ ୧୬ ଗୋଟି ଆପତ୍ତି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା ।୩୩୮ଜଣଙ୍କୁ ନୂଆଭତ୍ତା ବଣ୍ଟନର ଶୁଭ ଆରମ୍ଭ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।ଏହି ଶିବିରରେ ଜିଲ୍ଲାସ୍ତରୀୟ ଏବଂ ଜୟପାଟଣାବ୍ଲକ ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ପ୍ରଚାର ପ୍ରସାର ଅଭାଵ ଯୋଗୁଁ ଜୟପାଟଣା ବ୍ଲକ ଅଞ୍ଚଳର ଅନେକ ଲୋକ ନିଜ ଆପତ୍ତି ଅଭିଯୋଗ କରିବା ପାଇଁ ଆସିପାରିନଥିଲେ।ଅପରପକ୍ଷରେ ଜିଲ୍ଲାପାଳଙ୍କ ଏହି ଅଭିଯୋଗ ଶୁଣାଣି ଓ ସମାଧାନ ଶିବିରରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା କିଛି ଅଭିଯୋଗ ଆସୁଥିବା ବେକେ ଏହି ଶିବିରରେ ଆଗରୁ ଲୋକେ ଆବେଦନ କରିଥିବା କେତେ ଅଭିଯୋଗ ସଂକ୍ରାନ୍ତରେ ପଦକ୍ଷେପ ନିଆଯାଇଛି, ତାର ସମୀକ୍ଷା ହେଲେ ଅଭିଯୋଗକାରୀ ଉପକୃତ ହେବେ ବୋଲି ମତ ପ୍ରକାଶ ପାଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande