ଅଗ୍ରସେନ ଜୟନ୍ତୀ ଅବସରରେ ବିଭିନ୍ନ ପ୍ରତିଯୋଗିତା
ବଲାଙ୍ଗିର, ୧୫ ସେପ୍ଟେମ୍ବର (ହି.ସ.)- ବଲାଙ୍ଗିର ଜିଲ୍ଲା ବଡଙ୍ଗୋମୁଣ୍ଡା ଗ୍ରାମରେ ଶ୍ରୀ ଅଗ୍ରସେନ ମହାରାଜାଙ୍କ ଜୟନ୍ତୀ ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବାବେଳେ ତା'' ପୂର୍ବରୁ ସ୍ଥାନୀୟ ଅଗ୍ରସେନ ଭବନ ଠାରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ବର୍ଗ ପାଇଁ ଏକ ମିନିଟ,
ଅଗ୍ରସେନ ଜୟନ୍ତୀ ଅବସରରେ ବିଭିନ୍ନ ପ୍ରତିଯୋଗିତା


ବଲାଙ୍ଗିର, ୧୫ ସେପ୍ଟେମ୍ବର (ହି.ସ.)- ବଲାଙ୍ଗିର ଜିଲ୍ଲା ବଡଙ୍ଗୋମୁଣ୍ଡା ଗ୍ରାମରେ ଶ୍ରୀ ଅଗ୍ରସେନ ମହାରାଜାଙ୍କ ଜୟନ୍ତୀ ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବାବେଳେ ତା' ପୂର୍ବରୁ ସ୍ଥାନୀୟ ଅଗ୍ରସେନ ଭବନ ଠାରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ବର୍ଗ ପାଇଁ ଏକ ମିନିଟ, ମ୍ୟୁଜିକ ଚେୟାର, ଗାୟତ୍ରୀ ମନ୍ତ୍ର, ସୁଡୋକୁ, କ୍ରିକେଟ ମ୍ୟାଚ ଆଦି ଖେଳ ଅନୁଷ୍ଠିତ ହୋଇଯାଇଛି। ତୁଳସୀ ଦାସ ଜୈନ ୧ ମିନିଟ ୨ ସେକେଣ୍ଡରେ ହନୁମାନ ଚାଳିଶା ପଠନ କରିଥିବା ବେଳେ ଉପସ୍ଥିତ ଲୋକେ ମନମୁଗ୍ଧ ହୋଇଯାଇଛନ୍ତି । ଏପରିକି ଅତି କମ ସମୟରେ ହନୁମାନ ଚାଳିଶା ପଠନ କରି ରେକର୍ଡ କରିଥିବା ବେଳେ ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ।

ଏହି କାର୍ଯ୍ୟକ୍ରମରେ ଜୟ ପ୍ରକାଶ ଜୈନ, ଧର୍ମପାଲ ଜୈନ, ଚନ୍ଦ୍ର ପ୍ରକାଶ ଜୈନ, ତୁଳସୀ ଦାସ ଜୈନ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସରୋଜ ଅଗ୍ରୱାଲ, ସ୍ବିଟି ଜୈନ, ସୁନିଲ ଜୈନ, ରୂପେଶ ଜୈନ, ଅରୁଣ ବଂଶଳ, କପିଳ ଅଗ୍ରୱାଲ ଖେଳ ପରିଚାଳନା କରିଥିଲେ। ମହାରାଜ ଶ୍ରୀ ଅଗ୍ରସେନଙ୍କ ଜୟନ୍ତୀରେ କୃତି ପ୍ରତିଯୋଗୀମାନଙ୍କୁ ସମ୍ମାନିତ କରାଯିବ ବୋଳି ଅଗ୍ରୱାଲ ସଭାର ଅଧ୍ୟକ୍ଷ ଆନନ୍ଦ ଅଗ୍ରୱାଲ ପ୍ରକାଶ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande