ପୌରପରିଷଦ ବିରୋଧରେ ଅପାରଗତା ଓ ଦୁର୍ନୀତି ଅଭିଯୋଗ ଆଣି କଲେକ୍ଟରଙ୍କ ଅଫିସ ସାମ୍ନାରେ ଗର୍ଜିଲା କଂଗ୍ରେସ ଦାୟିତ୍ୱହୀନତାର ସବୁ ସୀମା ପାର କରୁଛି ପୌର ପରିଷଦ- ନଗର କଂଗ୍ରେସ
ବଲାଙ୍ଗୀର, ୧୫ ସେପ୍ଟେମ୍ବର(ହି.ସ.) – ବଲାଙ୍ଗୀର ପୌର ପାଳିକା ନିଜର ଦାୟିତ୍ୱକୁ ଠିକ୍ ଭାବରେ ତୁଳାଉ ନଥିବା ଅଭିଯୋଗ ରେ ସ୍ଥାନୀୟ କଲେକ୍ଟରଙ୍କ ଅଫିସ ସାମ୍ନାରେ ନଗର କଂଗ୍ରେସ କମିଟି ଜୋରଦାର ଗର୍ଜିଛି। ସହରର ଯାବତୀୟ ସମସ୍ୟାର ସମାଧାନ ଦିଗରେ ପୌର ପାଳିକା ଧ୍ୟାନ ଦେଉ ନ ଥିବାରୁ ସହରବାସୀ ଅନେକ ଅସୁବିଧ
ପୌରପରିଷଦ ବିରୋଧରେ ଅପାରଗତା ଓ ଦୁର୍ନୀତି ଅଭିଯୋଗ ଆଣି କଲେକ୍ଟରଙ୍କ ଅଫିସ ସାମ୍ନାରେ ଗର୍ଜିଲା କଂଗ୍ରେସ ଦାୟିତ୍ୱହୀନତା ର ସବୁ ସୀମା ପାର କରୁଛି ପୌର ପରିଷଦ- ନଗର କଂଗ୍ରେସ


ପୌରପରିଷଦ ବିରୋଧରେ ଅପାରଗତା ଓ ଦୁର୍ନୀତି ଅଭିଯୋଗ ଆଣି କଲେକ୍ଟରଙ୍କ ଅଫିସ ସାମ୍ନାରେ ଗର୍ଜିଲା କଂଗ୍ରେସ ଦାୟିତ୍ୱହୀନତା ର ସବୁ ସୀମା ପାର କରୁଛି ପୌର ପରିଷଦ- ନଗର କଂଗ୍ରେସ


ପୌରପରିଷଦ ବିରୋଧରେ ଅପାରଗତା ଓ ଦୁର୍ନୀତି ଅଭିଯୋଗ ଆଣି କଲେକ୍ଟରଙ୍କ ଅଫିସ ସାମ୍ନାରେ ଗର୍ଜିଲା କଂଗ୍ରେସ ଦାୟିତ୍ୱହୀନତା ର ସବୁ ସୀମା ପାର କରୁଛି ପୌର ପରିଷଦ- ନଗର କଂଗ୍ରେସ


ପୌରପରିଷଦ ବିରୋଧରେ ଅପାରଗତା ଓ ଦୁର୍ନୀତି ଅଭିଯୋଗ ଆଣି କଲେକ୍ଟରଙ୍କ ଅଫିସ ସାମ୍ନାରେ ଗର୍ଜିଲା କଂଗ୍ରେସ ଦାୟିତ୍ୱହୀନତା ର ସବୁ ସୀମା ପାର କରୁଛି ପୌର ପରିଷଦ- ନଗର କଂଗ୍ରେସ


ବଲାଙ୍ଗୀର, ୧୫ ସେପ୍ଟେମ୍ବର(ହି.ସ.) – ବଲାଙ୍ଗୀର ପୌର ପାଳିକା ନିଜର ଦାୟିତ୍ୱକୁ ଠିକ୍ ଭାବରେ ତୁଳାଉ ନଥିବା ଅଭିଯୋଗ ରେ ସ୍ଥାନୀୟ କଲେକ୍ଟରଙ୍କ ଅଫିସ ସାମ୍ନାରେ ନଗର କଂଗ୍ରେସ କମିଟି ଜୋରଦାର ଗର୍ଜିଛି। ସହରର ଯାବତୀୟ ସମସ୍ୟାର ସମାଧାନ ଦିଗରେ ପୌର ପାଳିକା ଧ୍ୟାନ ଦେଉ ନ ଥିବାରୁ ସହରବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯେପରିକି ବର୍ଷାଋତୁ ପୂର୍ବରୁ ପୌରାଂଚଳ ର ଯେତେ ସବୁ ଡ୍ରେନ, ବଡ ନାଳ ଅଚି ସେସବୁକୁ ମରାମତି ତଥା ଉଚିତ ସଫେଇ କରିବା କଥା କିନ୍ତୁ ବଲାଙ୍ଗିର ପୌର ପାଳିକା ସେ କାମ ଠିକ୍ ଭାବେ କରୁନଥିବାରୁ ଟିକିଏ ବର୍ଷା ହେଲେ ଡ୍ରେନ ପାଣି ରାସ୍ତା ଉପରକୁ ଆସିବା ଯୋଗୁଁ ଗମନାଗମନ ବାଧାପ୍ରାପ୍ତ ହେଉଛି। ଏହି ସମସ୍ୟାକୁ ପୌର ପାଳିକା ନିଜେ ସମାଧାନ କରିବା ପରିବର୍ତେ ନିଜ ଦୋଷ ଓ ଡ୍ରେନ ନିର୍ମାଣ ରେ ନିଜ ଦ୍ୱାରା ହୋଇଥିବାରୁ ଦୁର୍ନିକୁ ଘୋଡାଇବା ପାଇଁ ଜାତୀୟ ରାଜପଥ ବିଭାକୁ ଦୋଷ ଦେଇ ବଲାଙ୍ଗିର ବାସୀଙ୍କ ଆଗରେ କୁମ୍ଭୀର କାନ୍ଦଣା କାନ୍ଦି ଲୋକଙ୍କୁ ଭୁଆଁ ବୁଲାଉଛି ବୋଲି ନଗର କଂଗ୍ରେସ ଅଭିଯୋଗ କରିଛି। ଗତ କିଛି ବର୍ଷ ହେବ ବଲାଙ୍ଗିର ଟାଉନ ହଲ ପାଇଁ କୋଟ କୋଟି ଟଙ୍କାର ଅନୁଦାନ ଆସି କାମ ହୋଇଛି କିନ୍ତୁ ଦୁଃଖର ବିଷ୍ୟ ଟାଉନ ହଲ ର ସ୍ଥିତିରେ କୌଣସି ସୁଧାର ହୋଇନି, ଲୋକଙ୍କ ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହା ବ୍ୟବହାର ହେବା ପରିବର୍ତେ ଏହା ପୌର ପାଳିକାର ଗେରେଜ ଓ ଅବ୍ୟବହୃତ ଜିନିଷର ଗୋଦାମଘର ଭାବେ ବ୍ୟବହାର ହେଉଛି। ଏଠାରେ ଆମେ ଆହୁରି ମଧ୍ୟ ସୂଚେଇ ଦେଉଛୁ ଯେ ବହୁ ବର୍ଷ ହେବ ଟାଉନ ହଲକୁ ମରାମତି ଆଳରେ ବନ୍ଦ କରି ଦିଆଯାଇଥିବାରୁ ସହରର କୌଣସି ସମାଜିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରୁ ନାହିଁ। ଏପରିକି ସହରରେ ଅଡିଟୋରିୟମ ଅଭାବରୁ ଆଜିକାଲି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ/ସମାବେଶ ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନା ଅଡିଟୋରିୟମରେ ଆୟୋଜିତ ହେବା ଦ୍ୱାରା ମେଡିକାଲ କଲେଜର ଚିକିତ୍ସା ଓ ଶିକ୍ଷଣୀୟ ପରିବେଶ ଉପରେ କୁପ୍ରଭାବ ପଡୁଛି ବୋଲି ଜିଲ୍ଲାର ଶିକ୍ଷାବିତ ଓ ବୁଦ୍ଧିଜିବୀମାନେ ଅଭିଯୋଗ କରନ୍ତି । ତେଣୁ ଟାଉନହଲ ଉନ୍ନତିକରଣ ରେ ଅହେତୁକ ବିଳମ୍ବ ପାଇଁ ହୋଇଥିବା ଦୁର୍ନିତି ର ଅନୁସନ୍ଧାନ ସହ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନଗର କଂଗ୍ରେସ ଅନୁରୋଧ କରିଛନ୍ତି। ମହାରାଣୀ ସାଗର ଦୁର୍ନିତି ହେଉଛି ବଲାଙ୍ଗିର ପୌର ପାଳିକାର ଆଉ ଏକ ମହା ଦୁର୍ନିତି। କୋଟି କୋଟି ଟଙ୍କାର ଅନୁଦାନକୁ ପୌର ପାଳିକା ଚଂଚକତା କରି କାର୍ଯ୍ୟରେ ଅଭିଜ୍ଞତା ନ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଏତେ ବଡ ମହାରାଣୀ ସାଗର ସୌନ୍ଦର୍ଯିକରଣ କାମ ବିନା ଟେଣ୍ଡରରେ କାର୍ଯ୍ୟାଦେଶ ପ୍ରଦାନ କରି ଏହି ଦଶନ୍ଧିର ସବୁଠାରୁ ବଡ ଦୁର୍ନିତି କରିଛନ୍ତି ତେଣୁ ଏହି ଅପାରଗତା ଓ ଦୁର୍ନିତିର ପର୍ଦ୍ଦାଫାଶ ପାଇଁ ଭିଜିଲେନ୍ସ ତଦନ୍ତ ପାଇଂ ନିର୍ଦ୍ଦେଶ ଦିଅନ୍ତୁ ବୋଲି ନଗର କଂଗ୍ରେସ ଦାବି କରିଛି। ନଗର କଂଗ୍ରେସ ସଭାପତି ବୁଲୁ ଦାନିଙ୍କ ଆବାହକତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକାରି ସଭାପତି ମନିଷ ମିଶ୍ର, ସନ୍ତକ ବହିଦାର, ଅଜୟ ବାଲି, ସାନନ୍ଦ ମିଶ୍ର, ଅସିତ ମିଶ୍ର, ଚିନ୍ମୟ ବେହେରା, ନିତିଶ ପଧାନ, ବ୍ରଜ ସେଠୀ, ସୋହନ ନାଏକ, ରିତେଶ ବେଦବାକ, ଆୟୁଷ କମ୍ପ, ଆବ୍ରାହମ ନାଗ, ପ୍ରେମରାଜ ମାଝି, ଅଭିଜିତ ସିଂ, ବେଲାର, ପ୍ରିତମ ସୁନା, ଦିପ୍ତି ରଞ୍ଜନ, ସମୀର, ରିପୁନ ପଧାନ, ରାଜେଶ ପ୍ରଭୃତି ଉପସ୍ଥିତ ଥିଲେ। ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande