ଦୁର୍ଘଟଣାରେ ମୃତାହତଙ୍କୁ କ୍ଷତିପୂରଣ ଦେବାକୁ ଦାବି
ଜୟପୁର, ୧୫ ସେପ୍ଟେମ୍ବର (ହି.ସ.)-ଦୋକାନ ଭିତରେ ଟ୍ରକ ପଶି ମୃତ ମହିଳା ଓ ଆହତଙ୍କୁ କ୍ଷତିପୂରଣ ଦେବା ପାଇଁ ମୁଖମନ୍ତ୍ରୀଙ୍କୁ ମାନବ ଅଧିକାର କର୍ମୀ ତଥା ଆଇନଜିବି ଅନୁପ କୁମାର ପାତ୍ର ଚିଠି କରିଛନ୍ତି l ୧୪.୦୮.୨୦୨୫ ଦିନ ଅପରାହ୍ନରେ ଏନଏଚ ନମ୍ବର ୨୬ ରେ ଏକ ମାଲବାହୀ ଟ୍ରକ୍ ନିୟନ୍ତ୍ରଣ ହରାଇ କୋରାପୁଟ
ଦୁର୍ଘଟଣାରେ ମୃତାହତଙ୍କୁ କ୍ଷତିପୂରଣ ଦେବାକୁ ଦାବି


ଜୟପୁର, ୧୫ ସେପ୍ଟେମ୍ବର (ହି.ସ.)-ଦୋକାନ ଭିତରେ ଟ୍ରକ ପଶି ମୃତ ମହିଳା ଓ ଆହତଙ୍କୁ କ୍ଷତିପୂରଣ ଦେବା ପାଇଁ ମୁଖମନ୍ତ୍ରୀଙ୍କୁ ମାନବ ଅଧିକାର କର୍ମୀ ତଥା ଆଇନଜିବି ଅନୁପ କୁମାର ପାତ୍ର ଚିଠି କରିଛନ୍ତି l ୧୪.୦୮.୨୦୨୫ ଦିନ ଅପରାହ୍ନରେ ଏନଏଚ ନମ୍ବର ୨୬ ରେ ଏକ ମାଲବାହୀ ଟ୍ରକ୍ ନିୟନ୍ତ୍ରଣ ହରାଇ କୋରାପୁଟ ଜିଲ୍ଲାର ଜୟପୁର ସଦର ପୋଲିସ ଷ୍ଟେସନ ଅନ୍ତର୍ଗତ ବାରିଣିପୁଟରେ ଏକ ଦୋକାନ ଉପରେ ଧକ୍କା ଦେଇଥିଲା l ଯାହା ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ପାଞ୍ଚ ଜଣ ଆହତ ହୋଇଥିଲେ। ମୃତକଙ୍କ ନାମ ଦୋକାନୀଙ୍କ ମାଆ ଲକ୍ଷ୍ମୀ ସ୍ୱାଇଁ (୫୦) ଏବଂ ଦୋକାନୀ ରବି ସ୍ୱାଇଁଙ୍କ ଅବସ୍ଥା ଗୁରୁତର (ଗୋଡ କଟା) ଏବଂ ଅନ୍ୟ ଚାରି ଜଣ ଆହତ ହୋଇଥିଲେ।ଜଣେ ମାନବ ଅଧିକାର କର୍ମୀ ଭାବରେ ମୁଁ ନ୍ୟାୟ, ନିରପେକ୍ଷତା ଏବଂ ମାନବାଧିକାର ସୁରକ୍ଷା ପାଇଁ ଓକିଲାତି କରୁଛି। ମୁଁ ଅନୁଭବ କରୁଛି ଯେ, ଉପରୋକ୍ତ ପ୍ରସଙ୍ଗଟି ସମସ୍ତ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ସାମ୍ବିଧାନିକ ଦାୟିତ୍ୱ ଅନୁଯାୟୀ ବଞ୍ଚିବାର ଅଧିକାରର ସୁରକ୍ଷା ପାଇଁ ଗ୍ୟାରେଣ୍ଟି ଦିଆଯାଇଛି lଯାହା ଏକ ମୌଳିକ ମାନବାଧିକାର ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଧାରା ୨୧ ଅନୁଯାୟୀ ନିଜ ଜୀବନ ବଞ୍ଚାଇବାର ଅଧିକାରକୁ ସୁନିଶ୍ଚିତ କରେ। ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଏହି ବିଷୟକୁ ସଦୟ ସୂଚନା ଏବଂ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଆଗତ କରିବାକୁ ଚାହୁଁଛି ଏବଂ ତାଙ୍କର ହସ୍ତକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ କ୍ଷତିପୂରଣ ମଞ୍ଜୁର କରିବା ପାଇଁ ଅନୁରୋଧ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande