ଏମଏସସିବି ବିଶ୍ଵବିଦ୍ୟାଳୟକୁ ଆଦିବାସୀ କେନ୍ଦ୍ରୀୟ ବିଦ୍ୟାଳୟ ଘୋଷଣା ନେଇ ଦାବି
ଏମଏସସିବି ବିଶ୍ଵବିଦ୍ୟାଳୟକୁ ଆଦିବାସୀ କେନ୍ଦ୍ରୀୟ ବିଦ୍ୟାଳୟ ଘୋଷଣା ନେଇ ଦାବି
ଏମଏସସିବି ବିଶ୍ଵବିଦ୍ୟାଳୟକୁ ଆଦିବାସୀ କେନ୍ଦ୍ରୀୟ ବିଦ୍ୟାଳୟ ଘୋଷଣା ନେଇ ଦାବି


ବାରିପଦା, ୧୫ ସେପ୍ଟେମ୍ବର (ହି.ସ.)- ଏମଏସସିବି ବିଶ୍ଵବିଦ୍ୟାଳୟକୁ ଆଦିବାସୀ କେନ୍ଦ୍ରୀୟ ବିଦ୍ୟାଳୟ ଘୋଷଣା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ଆୟୋଜିତ ଝୁମର୍ କର୍ମଶାଳା ଉଦଘାଟନ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ଅବସରରେ ବାରିପଦାରେ କିଛି ବ୍ୟକ୍ତି ବିଶେଷ ଓ ସଂଗଠନ ତାଙ୍କୁ ଭେଟି ନିଜ ନିଜର ଦାବି ଉପସ୍ଥାପନ କରିଛନ୍ତି। ଓଡିଶାରେ ମାତ୍ର ଗୋଟିଏ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଥିବା ବେଳେ କୌଣସି ଆଦିବାସୀ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ନାହିଁ। ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ବେଳେ ପଡୋଶୀ ରାଜ୍ୟ ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ଅନେକ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ଉପରେ ନିର୍ଭରଶୀଳ। ତେଣୁ ଉକ୍ତ ବିଶ୍ବବିଦ୍ୟାଳୟକୁ ଆଦିବାସୀ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ମାନ୍ୟତା ଦେବା ପାଇଁ ପୂର୍ବତନ ଛାତ୍ର ତଥା ଅନ୍ତରୀଣ ଗୁଣବତ୍ତା ସେଲ୍ ର ପୂର୍ବତନ ସଦସ୍ୟ ଅଭିଷେକ ପଣ୍ଡା କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି।

ଆଲୋଚନା ସମୟରେ ମନ୍ତ୍ରୀ ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର ଓ ଜିଲ୍ଲାପାଳ ହେମକାନ୍ତ ସାଏ ମଧ୍ୟ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande