ଗଞ୍ଜାମ, ୧୫ ସେପ୍ଟେମ୍ବର (ହି.ସ.)- ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ତାକରଡ଼ା ଗ୍ରାମରେ ଦୀର୍ଘ ୯ ଦିନ ବ୍ୟାପୀ ଆୟୋଜିତ ହୋଇଥିବା ଏହି ଗଣେଷପୁଜା ଯୋଗୁଁ ତାକରଡ଼ା ଓ ଏହାର ଆଖପାଖ ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି। ରଙ୍ଗୀନ ଆଲୋକମାଳା ଓ ସୁନ୍ଦର ତୋରଣ, ଲାଇଟ ଗେଟ ଚଳିତ ଥର ବହୁତ ଆକର୍ଷଣୀୟ ଦେଖାଯାଇଛି। ସେହିପରି ସନ୍ଧ୍ୟାରେ ଆଳତି ଦର୍ଶନ ଲାଗି ଜନସମାଗମ ଦେଖିବାକୁ ମିଳୁଛି। ଗଣେଶ ପୂଜା କମିଟି ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ପବିତ୍ର ଗଣେଶ ପୂଜା ଉପଲକ୍ଷେ ତାକରଡ଼ାବାସୀଙ୍କୁ ହାର୍ଦ୍ଦିକ ଶଭେଚ୍ଛା ଜଣାଇବା ସହ ସଦ୍ ସଦଭାବନା ତଥା ଭାଇଚାରା ସହ ଗଣପର୍ବକୁ ଉପଭୋଗ କରିଛନ୍ତି।
ଏହି ଅବସରରେ ସହୀଦ କ୍ଲବ୍ ତାକରଡ଼ା ପକ୍ଷରୁ ତାର ଷଷ୍ଠ ଅବଦାନର ନାଟକ 'ଆଖିର ଜନମ କାନ୍ଦିବା ପାଇଁ' ଗତରାତିରେ ସୁଶାନ୍ତ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ସଫଳତା ରସ଼ହ ମଞ୍ଚସ୍ଥ ହୋଇଛି। ନାଟକ ଉପଭୋଗ୍ଯ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ