ଏକ ଦିବସୀୟ ଭେଟରାନ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ
ଏକ ଦିବସୀୟ ଭେଟରାନ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ
ଏକ ଦିବସୀୟ ଭେଟରାନ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ


ସମ୍ବଲପୁର, ୧୫ ସେପ୍ଟେମ୍ବର (ହି.ସ.)- କଦଲିମୁଣ୍ଡା ଖେଳ ପଡିଆ ଠାରେ ଏକ ଦିବସୀୟ ଭେଟରାନ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଏଥିରେ ବୁର୍ଲା ଏମସିଏଲ ବିଜୟ ଲାଭ କରିଛି। ନବଜ୍ୟୋତି ଯୁବକ ସଂଘ, କଦଳୀମୁଣ୍ଡା ଆୟୋଜନରେ ଅନୁଷ୍ଠିତ ଏହି ଭେଟରାନ୍ ଟୁର୍ଣ୍ଣାମେଣ୍ଟ ସଫଳତାର ସହିତ ସମାପ୍ତ ହୋଇଛି । ଏହି ପ୍ରତିଯୋଗିତାରେ ୮ଟି ଦଳ ଅଂଶଗ୍ରହଣ କରିଥିଲେ । ବୁର୍ଲା ଏମସିଏଲ ବିଜୟୀ ହୋଇଥିବା ବେଳେ ରନର୍ସ-ଅପ୍ ଦଳ ଭାବେ ସମ୍ବଲପୁର ଇଲେଭେନ୍ ରହିଥିଲେ।

ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ବାହାମ ସରପଞ୍ଚ ସରସ୍ୱତୀ ଭୁସାଗର ଓ ସମ୍ମାନିତ ଅତିଥି ଭାବେ ସୁବୋଧ କୁମାର ବେହେରା, ଜୁଯୁମୁରା ସାଂସଦ ପ୍ରତିନିଧି ପ୍ରମୋଦ କୁମାର ମିଶ୍ର, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଦେବାନନ୍ଦ ଭୋସାଗର, ସମାଜସେବୀ ବେଣୁଧର ତ୍ରିପାଠୀ, ନରେଶ ପ୍ରଧାନ, କପିଳ ପ୍ରଧାନ ପ୍ରମୁଖ ଯୋଗଦେଇ କୃତି ପ୍ରତିଯୋଗୀ ଓ ବିଜୟୀ ଦଳଙ୍କୁ ସମ୍ମାନିତ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ରେଫରୀ ଭାବେ ଅଭିଜିତ ମିର୍ଦ୍ଧା, ରାମକାନ୍ତ ମିର୍ଦ୍ଧା, ରାଜାରାମ ଓରାମ, କିଶୋର ଭୋଇ ଓ ମଞ୍ଜିତ ଦାୟିତ୍ୱ ନିର୍ବାହ କରିଥିବା ବେଳେ ଜୟରାଜ ଧର କମେଣ୍ଟର କାର୍ଯ୍ୟ ସମ୍ପାଦନ କରିଥିଲେ। ଆୟୋଜନ କମିଟିର ସୁଶିଲ ମିର୍ଦ୍ଧା ରାମକାନ୍ତ ମିର୍ଦ୍ଧା, ଅଭିମନ୍ୟୁ ମିର୍ଦ୍ଧା, ଯତିନ୍ଦ୍ର, ଉମାକାନ୍ତ ବେହେରା ପ୍ରମୁଖ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande