କେନ୍ଦୁଝର, ୧୫ ସେପ୍ଟେମ୍ବର (ହି.ସ.) - ଉଚିତ ମୂଲ୍ୟ ନଦେଲେ ଆମେ ଟଙ୍କା ନେବୁ ନାହିଁ। ଏଭଳି ପ୍ରସ୍ତାବ ନେଇ ତହସିଲଦାର ଅଫିସକୁ ଗଲେ ଚାଷୀ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ବଡ ପାଟଣା ଗ୍ରାମ ପଂଚାୟତରେ ।ବିଗତ ଦିନରେ ୨୨୦ ନଂ ଜାତୀୟ ରାଜପଥକୁ ଉନ୍ନତ ମାନର କରିବା ପାଇଁ ପାଟଣା ଅଂଚଳରେ ଏକ ପାର୍ଶ ରାସ୍ତା ନିର୍ମିତ କରାଯାଇଛି। ଯେଉଁ କାର୍ଯ୍ୟ ପାଇଁ ସରକାରଙ୍କ ଦ୍ୱାରା ଜମି ଅଧୂଗ୍ରହଣ କରାଯାଇଥିଲା। ସେଥିରେ ପାଟଣା ଅଂଚଳର ୭୦ ଜଣ ଚାଷୀଙ୍କ ଜମି ଅଧୂଗ୍ରହଣ କରାଯାଇଥିଲା । ସେମାନଙ୍କୁ ବଜାର ଦରରେ ମୂଲ୍ୟ ନଦେଇ ଅତ୍ୟ ନଗଣ୍ୟ ପରିମାଣରେ ଜମିର ମୂଲ୍ୟ ଦେଉ ଥୂବାରୁ ସେମାନେ ସେହି ଟଙ୍କାକୁ ଗ୍ରହଣ କରିବେ ନାହିଁ ବୋଲି ତହସିଲଦାରଙ୍କୁ ଜଣାଇଛନ୍ତି।ଯାହା ଫଳରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଯଦି ଏହାର ସଠିକ ସମାଧାନ ନହୁଏ ଆଗାମୀ ଦିନରେ ଆନ୍ଦୋଳନର ରୂପ ନେବା ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ସେଥିପାଇଁ ପ୍ରଶାସନ ଦାୟୀ ରହିବେ ବୋଲି ଚାଷୀମାନେ କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA