ପ୍ରଥମ ଥରପାଇଁ ଜୟପୁର ସହରରେ ଉଡ଼ନ୍ତାସାପ ଉଦ୍ଧାର
ଜୟପୁର, ୧୫ ସେପ୍ଟେମ୍ବର (ହି.ସ.)- ଜୟପୁର ସହରରେ ଆଜି ଉଡନ୍ତା ସାପ ଉଦ୍ଧାର ହୋଇଛି l ଜୟପୁର ସହରର ଗୌଡ଼ସାହିର ଜନୈକ ବ୍ୟକ୍ତିଙ୍କ ଗାଧୁଆ ଘର ଭିତରେ ଗୋଟିଏ ସାପ ପଶିଥିବା ନେଇ ସୂଚନା ପାଇବା ପରେ WARTEAM (Wild Animal Rescue Team for Environmental Awareness & Management) ର ସଂସ୍ଥ
ପ୍ରଥମ ଥରପାଇଁ ଜୟପୁର ସହରରେ ଉଡ଼ନ୍ତାସାପ ଉଦ୍ଧାର


ଜୟପୁର, ୧୫ ସେପ୍ଟେମ୍ବର (ହି.ସ.)- ଜୟପୁର ସହରରେ ଆଜି ଉଡନ୍ତା ସାପ ଉଦ୍ଧାର ହୋଇଛି l ଜୟପୁର ସହରର ଗୌଡ଼ସାହିର ଜନୈକ ବ୍ୟକ୍ତିଙ୍କ ଗାଧୁଆ ଘର ଭିତରେ ଗୋଟିଏ ସାପ ପଶିଥିବା ନେଇ ସୂଚନା ପାଇବା ପରେ WARTEAM (Wild Animal Rescue Team for Environmental Awareness & Management) ର ସଂସ୍ଥାପକ କୃଷ୍ଣ କେଶବ ଷଡଙ୍ଗୀ ଓ ତାଙ୍କ ସହଯୋଗୀ ଚନ୍ଦନ ଭିମିଡ଼ି ରୁବେନଙ୍କ ସହିତ ମିଶି ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ପହଞ୍ଚି ଏହା ଏକ Ornate Flying Snake ଉଡନ୍ତା ଚିତି ସାପ ବୋଲି ଚିହ୍ନିଟ କରି ସାପଟିକୁ ଉଦ୍ଧାର କରିଥିଲେ। ପରବର୍ତ୍ତୀ ସମୟରେ ଜୟପୁର ବନଖଣ୍ଡର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସାପଟିକୁ ନିକଟସ୍ଥ ସୁରକ୍ଷିତ ସ୍ଥାନରେ ଛଡ଼ାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande