ଘଟଗାଁ, ୧୫ ସେପ୍ଟେମ୍ବର (ହି.ସ.)- ଅତିରିକ୍ତ ସହକାରୀ ଦେବୋତ୍ତର କମିଶନର ସମ୍ବଲପୁରଙ୍କ ନିର୍ଦେଶ କ୍ରମେ ଘଟଗାଁ ସ୍ଥିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସେବା କାର୍ଯ୍ୟ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉପସ୍ଥିତ ସଦସ୍ୟଙ୍କ ସର୍ବ ସମ୍ମତି କ୍ରମେ ପ୍ରମୋଦ କୁମାର ଦେହୁରୀ ମେନଜିଙ୍ଗ ଟ୍ରଷ୍ଟି ଭାବେ ମନୋନୀତ କରାଯାଇଥିବା ବେଳେ ଯୁବ ଓକିଲ ଅନିଲ କୁମାର ଦେହୁରୀଙ୍କୁ ସମ୍ପାଦକ ଭାବେ ମନୋନୀତ କରାଯାଇଛି। ସେହିପରି ଗଣେଶ୍ବର ରାଉତ, ଧରଣୀଧର ଖୁଣ୍ଟିଆ, ମଙ୍ଗୁଳୁ ଚରଣ ନାୟକ, ଗୁରୁଚରଣ ନାୟକ, ମନୋଜ ନାୟକ, ଅଭିମନ୍ୟୁ ତ୍ରିପାଠୀ ଓ ସୁରେଶ ଦେହୁରୀଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ