ହାଇୱା ଧକ୍କାରେ ଯୁବକ ମୃତ।
ଖୋର୍ଦ୍ଧା,15 ସେପ୍ଟେମ୍ବର (ହି.ସ.)ରବିବାର ବିଳମ୍ବିତ ରାତ୍ରିରେ ବେଗୁନିଆ ଥାନା ଅନ୍ତର୍ଗତ ବୋତଳମା ପଞ୍ଚାୟତର ପାଟଣାହାଟ ନିକଟରେ ହାଇଓ୍ବା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଅଠରାଙ୍ଗ ଗ୍ରାମର ହାଲୁ ବେହେରାଙ୍କ ପୁଅ ରମେଶ ବେହେରା(୩୫) । ତେବେ ଦୁର୍ଘଟଣା ଘଟାଇବା ପରେ ହାଇଓ୍ବା
ଦୁର୍ଘଟଣା


ଖୋର୍ଦ୍ଧା,15 ସେପ୍ଟେମ୍ବର (ହି.ସ.)ରବିବାର ବିଳମ୍ବିତ ରାତ୍ରିରେ ବେଗୁନିଆ ଥାନା ଅନ୍ତର୍ଗତ ବୋତଳମା ପଞ୍ଚାୟତର ପାଟଣାହାଟ ନିକଟରେ ହାଇଓ୍ବା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଅଠରାଙ୍ଗ ଗ୍ରାମର ହାଲୁ ବେହେରାଙ୍କ ପୁଅ ରମେଶ ବେହେରା(୩୫) । ତେବେ ଦୁର୍ଘଟଣା ଘଟାଇବା ପରେ ହାଇଓ୍ବା ଫେରାର ହୋଇଯାଇଛି। କ୍ଷତିପୂରଣ ଦାବିରେ ପାଟଣାହାଟ-ଖୋର୍ଦ୍ଧା ରାସ୍ତାକୁ ଉତ୍ତ୍ୟକ୍ତ ଲୋକେ ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଖବର ପାଇ ବେଗୁନିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande