ଗଞ୍ଜାମ, ୧୫ ସେପ୍ଟେମ୍ବର (ହି.ସ.)- ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଡା.ନକୁଳ ସାହୁ ଉପସ୍ଥିତ ରହି ଅର୍ଶ ରୋଗର କାରଣ ସମ୍ପର୍କରେ କହିଥିଲେ ଯେ, ରାଗ, ଖଟା, ଲବଣ,ବାହାର ଖାଦ୍ୟ, ମଇଦା ପରି ଚିକ୍କଣ ଖାଦ୍ୟ ଖାଇଲେ ଝାଡ଼ା କଠିନ ହୁଏ, ଯକୃତରେ ପିତ୍ତ ସଞ୍ଚୟ ହୁଏ, କୁନ୍ଥlଇଲେ ମଳଦ୍ଵାର ଶିରା ଜାଲକ ଫୁଲି ଉଠେ ବା ଫାଟି ରକ୍ତ ସ୍ରାବ ହୁଏ। କାରଣ ଗୁଡିକୁ ଛାଡି ଓଲୁଅ କିମ୍ବା ସୁରଣ ଭାଜି ଖାଇଲେ, ହରଡା, ପିପ୍ପଳୀ ଘିଅରେ ଭାଜି ଖାଇଲେ, ରକ୍ତ ପଡିଲେ ଦୁବ ଘାସ ବାଟି ରସ ପିଇଲେ ଅର୍ଶରେ ହଳଦୀ ଘୋରି ଲଗାଇଲେ ଭଲ ହୋଇଯାଏl
ଏହି ଅବସରରେ ନିଃଶୁକ୍ଳ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ମାଗଣା ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଶିବିର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ