ମହିଳା ମହାବିଦ୍ୟାଳୟରେ ହିନ୍ଦୀ ବିଭାଗର ହିନ୍ଦୀ ଦିବସ ପାଳିତ
ବଲାଙ୍ଗିର, ୧୫ ସେପ୍ଟେମ୍ବର (ହି.ସ.)- ଆଜି ସରକାରୀ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ବିଭାଗ ତରଫରୁ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅଧକ୍ଷତା କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଅରବିନ୍ଦ କୁମାର ଓଝା । ମୁଖ୍ୟ ଅତିଥି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ହିନ୍ଦୀ ଅଧ୍ୟାପକ ଦେବଦାସ
ମହିଳା ମହାବିଦ୍ୟାଳୟରେ ହିନ୍ଦୀ ବିଭାଗ ତ


ବଲାଙ୍ଗିର, ୧୫ ସେପ୍ଟେମ୍ବର (ହି.ସ.)- ଆଜି ସରକାରୀ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ବିଭାଗ ତରଫରୁ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅଧକ୍ଷତା କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଅରବିନ୍ଦ କୁମାର ଓଝା । ମୁଖ୍ୟ ଅତିଥି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ହିନ୍ଦୀ ଅଧ୍ୟାପକ ଦେବଦାସ ଖଟେଇ, ବିଭାଗୀୟ ମୁଖ୍ୟ ଅଜିତ କୁମାର ପଣ୍ଡା , ସହକାରୀ ପ୍ରାଧ୍ୟାପକ ଡଃ. କୁମାର ସମ୍ଭବ ଚୋପଦାର,ଅଧ୍ୟାପିକା ଡଃ. ଅନୁରାଧା ମିଶ୍ର, ଅଧ୍ୟାପକ ପ୍ରଭଞ୍ଜନ କୁମାର ମିଶ୍ର, ଉତ୍ତମ ଭୋଇ , ଉର୍ମିଳା ମଟାରି ପ୍ରମୁଖ ଉପସ୍ଥିତ ରହି ହିନ୍ଦୀ ଦିବସ ର ମହତ୍ତ୍ଵ ବିଷୟ ରେ ଆଲୋକପାତ କରିଥିଲେ। ଛାତ୍ରୀ ମାନଙ୍କ ମଧ୍ୟରୁ ମାନସୀ ସାହୁ, ସ୍ଥିତି ପ୍ରଜ୍ଞା ସାହୁ, ପ୍ରତିଭା ନାୟକ ଆଦି ନିଜର ମତବ୍ଯକ୍ତ କରିଥିଲେ ।

କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସାହିନ ବେଗମ ଓ ଜାହ୍ନବୀ ପଟେଲ । ପ୍ରତିଭା ପଟେଲ, ପ୍ରତିଭା ନାୟକ , ସାଇ ସ୍ତୃଷ୍ଟି ଭୋଇ, ରାଖୀ ବେହେରା ଆଦି ନୃତ୍ୟ-ଗୀତ ପରିବେଷଣ କରିଥିଲେ। ଶେଷରେ ଅଧ୍ୟାପିକା ଉର୍ମିଳା ମଟାରି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଉଭୟ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନିର ସମସ୍ତ ଛାତ୍ରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande