ଯୁଜୁମୁରା ବ୍ଲକ ପରିସରରେ ଜନ ଅଭିଯୋଗ ଶୁଣାଣି : ଆଗତ ୫୯ ଅଭିଯୋଗରୁ ଗୋଟିଏ ମାମଲା ଶୁଣାଣି
ସମ୍ବଲପୁର, ୧୫ ସେପ୍ଟେମ୍ବର (ହି.ସ.) - ଆଜି ଯୁଜୁମୁରା ବ୍ଲକ କାର୍ଯ୍ୟାଳୟ ପରିସରରେ ସମ୍ବଲପୁର ଜିଲ୍ଲାପାଳ ଏବଂ ସମ୍ବଲପୁର ଆରକ୍ଷୀ ଅଧିକ୍ଷକଙ୍କର ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅଭିଯୋଗ ଶୁଣାଣି ଠାରେ ମୋଟ ୫୯ ଟି ଆବେଦନ ଗ୍ରହଣ କରାଯାଇଥିଲା ଯେଉଁଥିରୁ ୩୩ଟି ଆବେଦନ ବ୍ୟକ୍ତିଗ
ଯୁଜୁମୁରା ବ୍ଲକ ପରିସରରେ ଜନ ଅଭିଯୋଗ ଶୁଣାଣି : ଆଗତ ୫୯ ଅଭିଯୋଗରୁ ଗୋଟିଏ ମାମଲା ଶୁଣାଣି


ଯୁଜୁମୁରା ବ୍ଲକ ପରିସରରେ ଜନ ଅଭିଯୋଗ ଶୁଣାଣି : ଆଗତ ୫୯ ଅଭିଯୋଗରୁ ଗୋଟିଏ ମାମଲା ଶୁଣାଣି


ଯୁଜୁମୁରା ବ୍ଲକ ପରିସରରେ ଜନ ଅଭିଯୋଗ ଶୁଣାଣି : ଆଗତ ୫୯ ଅଭିଯୋଗରୁ ଗୋଟିଏ ମାମଲା ଶୁଣାଣି


ଯୁଜୁମୁରା ବ୍ଲକ ପରିସରରେ ଜନ ଅଭିଯୋଗ ଶୁଣାଣି : ଆଗତ ୫୯ ଅଭିଯୋଗରୁ ଗୋଟିଏ ମାମଲା ଶୁଣାଣି


ସମ୍ବଲପୁର, ୧୫ ସେପ୍ଟେମ୍ବର (ହି.ସ.) - ଆଜି ଯୁଜୁମୁରା ବ୍ଲକ କାର୍ଯ୍ୟାଳୟ ପରିସରରେ ସମ୍ବଲପୁର ଜିଲ୍ଲାପାଳ ଏବଂ ସମ୍ବଲପୁର ଆରକ୍ଷୀ ଅଧିକ୍ଷକଙ୍କର ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅଭିଯୋଗ ଶୁଣାଣି ଠାରେ ମୋଟ ୫୯ ଟି ଆବେଦନ ଗ୍ରହଣ କରାଯାଇଥିଲା ଯେଉଁଥିରୁ ୩୩ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବା ବେଳେ, ୨୬ଟି ସମସ୍ୟା ଗ୍ରାମୀୟ ସମସ୍ୟା ସହିତ ଜଡିତ ଥିଲା । ୧ଟି ଅଭିଯୋଗ, ଅନୁଷ୍ଠିତ ଅଭିଯୋଗ ଶୁଣାଣି ଠାରେ ସମାଧାନ କରାଗଲା। ରେଡକ୍ରସ ଅଧୀନରେ ୦୧ ଜଣଙ୍କୁ ୧୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଗଲା।ଏଥି ସହିତ ଜିଲ୍ଲା ପ୍ରଶାସନର ପକ୍ଷରୁ ବିବାହ ପ୍ରୋତ୍ସାହନ ଯୋଜନାରେ କବରାପାଲି ର ଜଣେ ଦମ୍ପତି- ସସ୍ମିତା ପ୍ରଧାନ ଓ ଦିଲ୍ଲୀପ କୁମାର ବାଗ ଙ୍କୁ ପ୍ରୋତ୍ସାହନ ରାଶି ବାବଦକୁ ଦୁଇ ଲକ୍ଷ ପଚାଶ ହଜାର (୨,୫୦,୦୦୦) ଟଙ୍କା ଏବଂ ଜାତୀୟ ପାରିବାରିକ ଲାଭ ଯୋଜନା ଅଧୀନରେ ୬ ଜଣ ହିତାଧକାରୀ ତଥା ପ୍ରତି ଜଣଙ୍କୁ ୨୦,୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏହାପରେ , ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳୀରାମ ବୋନ୍ଦର, ଜନ ସାଧାରଣଙ୍କୁ ସଚେତନତା କରାଇବା ନିମନ୍ତେ 'ଶ୍ରୀ ଅନ୍ନ ଅଭିଯାନ' ରଥକୁ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ । ଏହାପରେ ଜିଲ୍ଲାପାଳ ମିଲେଟ୍ ମିଶନ୍ ଅଧୀନରେ ହେଇଥିବା ୟୁନିଟ ଷ୍ଟଲ୍ ପ୍ରଦର୍ଶନୀର ମଧ୍ୟ ଉଦଘାଟନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande