କବାଡିଆ ବୋଝେଇ ପିକପ ଗାଡ଼ି ଧକ୍କାରେ ଥାନା ଗାଡ଼ି ଦୁର୍ଘଟଣା, ଥାନା ଅଧିକାରୀ ଆହତ
ଭଦ୍ରକ, ୧୫ ସେପ୍ଟେମ୍ବର (ହି.ସ.) - ଏହି ଜିଲାର ଧାମନଗର ଅଂଚଳରେ ପ୍ରାୟ ୪୦ ଟି କବାଡିଆ ଦୋକାନ ବେଆଇନି ଭାବରେ ଖୋଲାଯାଇ ଖୋଲମ ଖୋଲା ଚୋରା ବେପାର କରାଯାଉଛି।ହେଲେ ଏମାନଙ୍କ ପ୍ରତି କୌଣଷି ଲଗାମ ନାହିଁ।ନିର୍ଭୟରେ ବେପାର କରୁଛନ୍ତି ଏପରିକି ପୋଲିସ ଆଖିରେ ଧୁଳି ପକାଇ ଏପରି କାମ କରୁଛନ୍ତି। ଧାମନଗର ଅଂଚଳ
KABADIA BOJHEI PICK-UP THANA GADI ACCIDENT


ଭଦ୍ରକ, ୧୫ ସେପ୍ଟେମ୍ବର (ହି.ସ.) - ଏହି ଜିଲାର ଧାମନଗର ଅଂଚଳରେ ପ୍ରାୟ ୪୦ ଟି କବାଡିଆ ଦୋକାନ ବେଆଇନି ଭାବରେ ଖୋଲାଯାଇ ଖୋଲମ ଖୋଲା ଚୋରା ବେପାର କରାଯାଉଛି।ହେଲେ ଏମାନଙ୍କ ପ୍ରତି କୌଣଷି ଲଗାମ ନାହିଁ।ନିର୍ଭୟରେ ବେପାର କରୁଛନ୍ତି ଏପରିକି ପୋଲିସ ଆଖିରେ ଧୁଳି ପକାଇ ଏପରି କାମ କରୁଛନ୍ତି। ଧାମନଗର ଅଂଚଳରୁ ଚୋରା କବାଡିଆ ସାମଗ୍ରୀ କୁ ବାହାରକୁ ଚାଲାଣ କରୁଥିବାବେଳେ ରବିବାର ରାତି ୧୨ ଟା ସମୟରେ ଧାମନଗର ଥାନା ଗାଡ଼ିକୁ ଥାନା ସମ୍ମୁଖରେ ଧକା ଦେବା ଫଳରେ ଥାନା ଅଧିକାରୀ ଗୁରୁତର ହୋଇଛନ୍ତି। ପ୍ରକାଶ ଥାଉକି ରବିବାର ରାତି ରେ ଓଡି ୨୨ ଡବ୍ଲୁ ୭୪୬୧(ଓଡି ୨୨ ଡବ୍ଲ୍ୟୁ ୭୪୬୧) କବାଡିଆ ବୋଝେଇ ପିକପ ଗାଡ଼ି ଟି ଦୃତ ଗତି ରେ ଆସି ଧାମନଗର ଥାନା ଗାଡି କୁ ଧକ୍କା ଦେଇଥିଲା। ପ୍ରକାଶ ଥାଉକି ଥାନା ଅଧିକାରୀ ରଞ୍ଜନ ସେଠୀ ରାତ୍ରୀକାଳୀନ ପେଟ୍ରୋଲିଙ୍ଗି ସାରି ଥାନା ଭିତରକୁ ଥାନା ଗାଡ଼ି ରେ ଯାଉଥିବା ବେଳେ ଉକ୍ତ ପିକପ ଗାଡ଼ିର ଡ୍ରାଇଭର ଟି ଭୟରେ କାଳେ ପୋଲିସ ଗାଡ଼ି କବାଡିଆ ଗାଡ଼ି କୁ ପୋଲିସ ଧରିନେବ ସେ ଭୟ ରେ ଭାରସାମ୍ୟ ହରାଇ ପିକପ ଡ୍ରାଇଭର ପୋଲିସ ଗାଡ଼ିକୁ ଧକ୍କା ଦେଇଥିଲା। ତେବେ ବଡ ଦୁର୍ଘଟଣା ରୁ ଥାନା ଅଧିକାରୀ ବର୍ତୀ ଯାଇଥିଲେବି ଗୁରୁତର ହୋଇଥିଲେ ସ୍ଥାନୀୟ ଲୋକମାନେ ଥାନା ଅଧିକାରି ଓ ଡ୍ରାଇଭର କୁ ଗାଡ଼ିରୁ ବାହାର କରିଥିଲେ ।ତେବେ ପିକପ ଡ୍ରାଇଭର ଗାଡ଼ିଛାଡି ଦୌଡ଼ି ପଳାଇଥିଲା। ପୋଲିସ ପିକପ୍ ଗାଡ଼ିଟିକୁ ଜବତ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande