ନାବାଳିକା ଛାତ୍ରୀଙ୍କୁ ଅପହରଣ ଘଟଣାରେ ଯୁବକ ଗିରଫ
ଖୋର୍ଦ୍ଧ, ୧୫ ସେପ୍ଟେମ୍ବର (ହି.ସ.) - ନାବାଳିକା ଛାତ୍ରୀଙ୍କୁ ଅପହରଣ ଘଟଣାରେ ବାଣପୁର ପୋଲିସ ଜଣକୁ ଗିରଫ କରିଛି । ସୂଚନା ମୁତାବକ ଗତକାଲି ବାଣପୁର ଥାନା ଅଂଚଳର ଜଣେ ନାବାଳିକା ଛାତ୍ରୀ ଟ୍ୟୁସନ ପାଇଁ ଯାଉଥିବା ସମୟରେ କୁମାରାଙ୍ଗ ଛକ ନିକଟରେ ଏକ କାରରେ ଯୁବକ ଆସି ଉକ୍ତ ନାବାଳିକା ଛାତ୍ରୀଙ୍କୁ ଅପହରଣ
ଅପହରଣ


ଖୋର୍ଦ୍ଧ, ୧୫ ସେପ୍ଟେମ୍ବର (ହି.ସ.) - ନାବାଳିକା ଛାତ୍ରୀଙ୍କୁ ଅପହରଣ ଘଟଣାରେ ବାଣପୁର ପୋଲିସ ଜଣକୁ ଗିରଫ କରିଛି । ସୂଚନା ମୁତାବକ ଗତକାଲି ବାଣପୁର ଥାନା ଅଂଚଳର ଜଣେ ନାବାଳିକା ଛାତ୍ରୀ ଟ୍ୟୁସନ ପାଇଁ ଯାଉଥିବା ସମୟରେ କୁମାରାଙ୍ଗ ଛକ ନିକଟରେ ଏକ କାରରେ ଯୁବକ ଆସି ଉକ୍ତ ନାବାଳିକା ଛାତ୍ରୀଙ୍କୁ ଅପହରଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଖବର ପାଇ ବାଣପୁର ପୋଲିସ ତଦନ୍ତ ଆରମ୍ଭ କରିଥିଲା।ବିଭିନ୍ନ ସୂତ୍ରରୁ ସୁଚନା ପାଇବା ସହ ମୋବାଇଲ ଲୋକେସନ ଟ୍ରାକିଂ କରି ଶେଷରେ ଚାନ୍ଦପୁର ଅଂଚଳର ଏକ ଘରୁ ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରିଥିଲା। ତେବେ ଅପହରଣ ପାଇଁ ବ୍ୟବହୃତ ଗାଡିର ପତା ମିଳିନଥିବା ବେଳେ ଉକ୍ତ ଘଟଣାରେ ଜଣକୁ ଗିରଫ କରିଛି ପୋଲିସ। ଆଜି ଅଭିଯୁକ୍ତ ଜଣଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande