ଜୟପୁର,୧୫ ସେପ୍ଟେମ୍ବର (ହି.ସ.) - ଗତ ଅଗଷ୍ଟ ମାସରୁ ପେପରମିଲ କର୍ମଚାରୀଙ୍କ ଦରମା ମିଳିନଥିବା ଯୋଗୁଁ କର୍ମଚାରୀମାନେ ସମସ୍ୟାରେ ସମ୍ମୁଖିନ ହେଉଛନ୍ତି ତେଣୁ ଆଜି ବାଲାରପୁର ଏମ୍ପଲଇଜ ୟୁନିଅନ ପକ୍ଷରୁ ଆଜି ଏଚଆର ବିଭାଗକୁ ଦାବିପତ୍ର ପ୍ରଦାନ କରାଯାଇଛି। ନିୟମିତ ଭାବେ ମିଲକୁ ଯାଇ କାର୍ଯ୍ୟକରିଥିବା ୧୪ ମାସର ଦରମା ପ୍ରଦାନ କରିବା ପାଇଁ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି। କର୍ମଚାରୀ ମାନଙ୍କୁ ଗତ ୨୦୧୭ ମସିହା ଠାରୁ ବଳକା ଟଙ୍କା, ବନୋସ ଏବପ୍ସ ସ୍କଲାରସିପ ଟଙ୍କା ଦିଆଯାଇନାହିଁ କିନ୍ତୁ ବର୍ତମାନ କର୍ମଚାରୀ ମାନେ ତାହା ଡିମାଣ୍ତ କରୁନାହାନ୍ତି। ଦରମା ନ ମିଳିବା ଫଳରେ ଘର ଚଳାଇବା କଷ୍ଟସାଧ୍ୟ ହୋଇପଡୁଛି। ପିଲାମାନଙ୍କ ପାଠପଢା ଠାରୁ ଆରମ୍ଭ କରି ମେଡିକାଲ ସମସ୍ୟା ବେଳକୁ ଟଙ୍କାର ଘୋର ଅଭାବ ଦେଖାଦେଉଛି। ଏନେଇ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି। ସେ ମଧ୍ୟ ପ୍ରତିଶୃତି ଦେଇଛନ୍ତି ତୁରନ୍ତ ଏହାର ସମାଧାନ କରାଯିବ। ଆଗକୁ ଦଶହରା ଆସୁଥିବା ଯୋଗୁଁ ଡ୍ରେସ କିଣିବା ଠାରୁ ଆରମ୍ଭ କରି ଅନେକ ସାମଗ୍ରୀ କିଣିବା ନିମନ୍ତେ ଟଙ୍କାର ଆବଶ୍ୟକତା ରହିଛି। ତେଣୁ ଦଶହରା ପୂର୍ବରୁ ୧୪ ମାସର ଦରମା ଟଙ୍କା ପ୍ରଦାନ କରିବାକୁ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି। ଏହି ଦାବି ପତ୍ର ପ୍ରଦାନ ସମୟରେ ସାଧାରଣ ସପ୍ସପାଦକ ସରୋଜ ସୁଆର, କାର୍ଯ୍ୟକାରୀ ସଭାପତି ବପ୍ସଶିଧର ମହାଙ୍କୁଡଙ୍କ ସମେତ ଅନ୍ୟ କର୍ମକର୍ତା ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି