ଚିତ୍ରଗିରି ସାହିତ୍ୟ ସଂସଦର କବିତା ଆସର ଓ ଆଲୋଚନା ଚକ୍ର
ମାଲକାନଗିରି, ୧୫ ସେପ୍ଟେମ୍ବର (ହି.ସ.) - ଚିତ୍ରଗିରି ସାହିତ୍ୟ ସଂସଦର କବିତା ଆସର ଓ ଆଲୋଚନା ଚକ୍ର ଆଜି ଅନୁଷ୍ଠିତ ହୋଇ ଯାଇଅଛି । ଏହି ଆସର ରେ ୨୦ରୁ ଅଧୂକ କବି ଓ କବିୟତ୍ରୀ ସେମାନଙ୍କର ସ୍ୱରଚିତ କବିତା ପାଠ କରିଥିଲେ । ଆସରଟିକୁ ଦିଗ ଦର୍ଶନ ଦେଇଥିଲେ ସଂସଦର ସଭାପତି ଗୌରହରି ସାହୁ । ସମ୍ପାଦକ ବାଲାଜ
ଚିତ୍ରଗିରି ସାହିତ୍ୟ ସଂସଦର କବିତା ଆସର ଓ ଆଲୋଚନା ଚକ୍ର


ମାଲକାନଗିରି, ୧୫ ସେପ୍ଟେମ୍ବର (ହି.ସ.) - ଚିତ୍ରଗିରି ସାହିତ୍ୟ ସଂସଦର କବିତା ଆସର ଓ ଆଲୋଚନା ଚକ୍ର ଆଜି ଅନୁଷ୍ଠିତ ହୋଇ ଯାଇଅଛି । ଏହି ଆସର ରେ ୨୦ରୁ ଅଧୂକ କବି ଓ କବିୟତ୍ରୀ ସେମାନଙ୍କର ସ୍ୱରଚିତ କବିତା ପାଠ କରିଥିଲେ । ଆସରଟିକୁ ଦିଗ ଦର୍ଶନ ଦେଇଥିଲେ ସଂସଦର ସଭାପତି ଗୌରହରି ସାହୁ । ସମ୍ପାଦକ ବାଲାଜୀ ସେଠି ଅନୁଷ୍ଠାନ ର ଗଠନ ଏବଂ ଅଗ୍ରଗତି ବିଷୟରେ ଧାରଣା ଦେଇଥିଲେ । ସଭାପତି ଶ୍ରୀ ସାହୁ ସଂସଦର ଆଗାମୀ କାର୍ଯ୍ୟ ସୂଚୀ ବାବଦରେ ଅବଗତ କରାଇଥିଲେ । ଅନୁଷ୍ଠାନର ଉନ୍ନତି ପାଇଁ କିଛି ଲୋକାଭିମୁଖୀ କାର୍ଯ୍ୟ କରିବା ଓ ଅନୁଷ୍ଠାନର ଏକ ବାର୍ଷିକ ପତ୍ରିକା ଉନ୍ମୋଚନ ପାଇଁ ପ୍ରସ୍ତାବ ଦେଇଥିଲେ । ବୈଠକରେ ନୂତନ ଭାବେ ଚାରିଜଣ ସଦସ୍ୟ ଯୋଗ ଦେଇଥିଲେ । ସେଥ୍ ମଧ୍ୟରୁ କଣ୍ଠଶିଳ୍ପୀ ରଞ୍ଜନ ତରାଇ ସୁନ୍ଦର ଜଗନ୍ନାଥ ଜଣାଣ ଗାନ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ସେହି ପରି କବି ବାବୁଲା ନାୟକ, ଲଳିତ ବେ ହେ ରା, ଚନ୍ଦ୍ରଶେଖର ଜେନା ସେମାନଙ୍କ କବିତା ପାଠ କରିଥିଲେ । ସଂସଦର ପୁରାତନ ସଦସ୍ୟ କବିବାଲାଜୀ ସେଠୀ, ବ୍ରଜବନ୍ଧୁ ନାୟକ, ରୀତା ମହାରଣା, ଆରତୀ ଜେନା, ଗୀତାଞ୍ଜଳି ବାରିକ, କୃଷ୍ଣଚନ୍ଦ୍ର ଡାକୁଆ, ସତ୍ୟବାଦୀ ବେହେରା, ଅନ୍ତର୍ଯ୍ୟାମୀ ଡାକୁଆ ଓ ନୀରଦ ଜେନା ନିଜ ନିଜର ସ୍ୱରଚିତ କବିତା ଆବୃତି କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande