ଜୟପୁର ଦଶହରା ମହୋତ୍ସବରେ ସାମିଲ ପାଇଁ ମହାରାଣୀଙ୍କୁ ନିମନ୍ତ୍ରଣ କଲେ ବିଧାୟକ
ଜୟପୁର, ୧୫ ସେପ୍ଟେମ୍ବର (ହି.ସ.) - ଜୟପୁର ସ୍ଥିତ ଅଧିଷ୍ଠାତ୍ରୀ ମା ଭଗବତୀ ମନ୍ଦିରରେ ରବିବାର ଷୋଡଶ ପୁଜା ଆରମ୍ବ ହୋଇଥିବା ବେଳେ ଦଶହରା ମହୋତ୍ସବ ପାଇଁ ଆଜ୍ଞା ମାଳ ଗ୍ରହଣ କରାଯାଇଥିଲା । ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଏହି ଆଜ୍ଞା ମାଳ କୁ ଗ୍ରହଣ କରିଥଲେ । ସମସ୍ତ ଦେବି ପୀଠକୁ ନିମନ୍ତ୍ରଣ
ଜୟପୁର  ଦଶହରା ମହୋତ୍ସବରେ ସାମିଲ ପାଇ ମହାରାଣିଙ୍କୁ ନିମନ୍ତ୍ରଣ କଲେ ବିଧାୟକ


ଜୟପୁର, ୧୫ ସେପ୍ଟେମ୍ବର (ହି.ସ.) - ଜୟପୁର ସ୍ଥିତ ଅଧିଷ୍ଠାତ୍ରୀ ମା ଭଗବତୀ ମନ୍ଦିରରେ ରବିବାର ଷୋଡଶ ପୁଜା ଆରମ୍ବ ହୋଇଥିବା ବେଳେ ଦଶହରା ମହୋତ୍ସବ ପାଇଁ ଆଜ୍ଞା ମାଳ ଗ୍ରହଣ କରାଯାଇଥିଲା । ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଏହି ଆଜ୍ଞା ମାଳ କୁ ଗ୍ରହଣ କରିଥଲେ । ସମସ୍ତ ଦେବି ପୀଠକୁ ନିମନ୍ତ୍ରଣ ଯାଇଛି । ରାଜ ପରିବାର ସହ ଜୟପୁର ଦଶହରା ସମ୍ପର୍କରହିଛି । ୪ ଶହ ବର୍ଷ ପୁବରୁ ବିକ୍ରମ ଦେବ ବର୍ମା ଜୟପୁର ଦଶହରା ଆରମ୍ଭ କରିଥିଲେ । ଏନେଇ ଆଜି ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ରାଜ ଉଆସକୁ ଯାଇ ଦଶହରାରେ ସାମିଲ ହେବା ପାଇଁ ରାଣି ସାରିକା ଦେବିଙ୍କୁ ନିମନ୍ତ୍ରଣ କରିଥିଲେ । ରବଣପୋଡି ରେ ସାମିଲ ହେବା ପାଇ ପ୍ରତିଶ୍ରୃତି ଦେଇଥିଲେ । ରାଜ ଉଆସ ମଧ୍ୟରେ ଥିବା କନକ ଦୁର୍ଗା ମନ୍ଦିରରେ ପୁଜା ଅର୍ଚନା କରିବା ପରେ ରାଣିଙ୍କୁ ବିଧାୟକ ବାହିନିପତି ନିମନ୍ତ୍ରଣ କରିଥିଲେ । ନିମନ୍ତ୍ରଣ ସମୟରେ ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ମଦନ ମୋହନ ନାୟକ, ବିନୋଦ ମହାପାତ. ନିହାର ବିଷୋୟି ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande