ସାର ପାଇଁ ଆରସିଏମଏସ କାର୍ଯ୍ୟାଳୟରେ ଚାଷୀଙ୍କ ଲମ୍ବା ଲାଇନ
ଜୟପୁର, ୧୫ ସେପ୍ଟେମ୍ବର (ହି.ସ.) - ଜୟପୁର ତେଲିଗୁଡା ସ୍ଥିତ ଆଂଚଳିତ ସମବାୟ ବଜାର ସମିତି(ଆରସିଏମଏସ) କାର୍ଯ୍ୟାଳୟ ଠାରେ ଜିଲ୍ଲାର ଚାଷୀ ମାନେ ୟୁରିଆ ସାର ପାଇଁ ଲମ୍ବା ଲାଇନ ଲଗାଇଥିଲେ। ଜିଲ୍ଲାର କୌଣସି ଡିଲରଙ୍କ ପାଖରେ ସାର ନଥିବା ଯୋଗୁଁ କୋରାପୁଟ ଜିଲ୍ଲାର ବୈପାରିଗୁଡା, କୁନ୍ଦୁରା, କୋରାପୁଟ, କୋଟ
ସାର ପାଇଁ ଆରସିଏମଏସ କାର୍ଯ୍ୟାଳୟରେ ଚାଷୀଙ୍କ ଲମ୍ବା ଲାଇନ


ଜୟପୁର, ୧୫ ସେପ୍ଟେମ୍ବର (ହି.ସ.) - ଜୟପୁର ତେଲିଗୁଡା ସ୍ଥିତ ଆଂଚଳିତ ସମବାୟ ବଜାର ସମିତି(ଆରସିଏମଏସ) କାର୍ଯ୍ୟାଳୟ ଠାରେ ଜିଲ୍ଲାର ଚାଷୀ ମାନେ ୟୁରିଆ ସାର ପାଇଁ ଲମ୍ବା ଲାଇନ ଲଗାଇଥିଲେ। ଜିଲ୍ଲାର କୌଣସି ଡିଲରଙ୍କ ପାଖରେ ସାର ନଥିବା ଯୋଗୁଁ କୋରାପୁଟ ଜିଲ୍ଲାର ବୈପାରିଗୁଡା, କୁନ୍ଦୁରା, କୋରାପୁଟ, କୋଟପାଡ ଅଂଚଳର ସମସ୍ତ ଚାଷୀ ଏହି ଆରସିଏମ ଏସ କାର୍ଯ୍ୟାଳୟକୁ ଆସି ସାର ନେଉଛନ୍ତି। ଗତ ଶନିବାର ଦିନ ଠାରୁ ୩୧୬ ଜଣଚାଷୀଙ୍କୁ ଟୋକେନ ପ୍ରଦାନ କରାଯାଇ ଆଇପିଏଲ ଓ ଇଫୋକୋ ୟୁରିଆ ସାର ସରକାରୀ ମୂଲ୍ୟ ୨୬୬ ଟଙ୍କାରେ ବିକ୍ରି କରାଯାଉଛି। ଫଳରେ ଚାଷୀ ମାନେ ଆଗାମୀ ଖରିଫ ଧାନ ଚାଷ ପାଇଁ ୟୁରିଆ ସାର ନେବା ଆଶାରେ ସକାଳ ୧୦ଟାରୁ ସ୍ଥାନୀୟ ଆରସିଏମଏସ କାର୍ଯ୍ୟାଳୟ ଠାରେ ପହଂଚିଛନ୍ତି। କିନ୍ତୁ ସେମାନଙ୍କ ଖରୀଫ ଧାନ ଚାଷ ପାଇଁ ଆବଶ୍ୟକ କରୁଥିବା ୟୁରିଆ ସାର ମିଳୁନଥିବା ବେଳେ ଜଣେ ଚାଷୀ ପ୍ରତି ୨ଟି ବସ୍ତା ୟୁରିଆ ସାର ପ୍ରଦାନ କରିଯାଉଛି ଓ ଏହିପରି ଚାଷୀ ମାନେ ସେମାନେ ଅଧିକ ଜମିରେ ଚାଷ କରୁଥିବା ବେଳେ ସାରର ଆବଶ୍ୟକତା ରହିଥିବା ଯୋଗୁଁ ବାରମ୍ବାର ଜୟପୁର ଆରସିଏମଏସ ଠାରେ ପହଂଚି ୨ପ୍ୟାକେଟ ସାର ନେଉଛନ୍ତି ଓ ଏହିପରି ସେମାନଙ୍କ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ଓ ଜୟପୁର ସ୍ଥିତ ଆରସିଏମଏସ ଠାରେ କୋରାପୁଟ ଜିଲ୍ଲାର ୧୪ଟି ବ୍ଲକର ଚାଷୀ ମାନେ ନିର୍ଭର କରୁଥିବା ଯୋଗୁଁ ଚାଷୀ ମାନେ ଆବଶ୍ୟକତା ଅନୁଯାୟୀ ୟୁରିଆ କ୍ରୟ ନେଇ ଆସୁଛନ୍ତି ଓ ତେଣୁ ଏହିପରି ସମସ୍ୟା ସୃଷ୍ଟି ହେଉଛି, ସେହିପରି ମୁଖ୍ୟତଃ ଧାନ ଚାଷ ପାଇଁ ୟୁରିଆ ଆସୁଥିବା ବେଳେ ମକା ଚାଷୀ ମାନେ ମଧ୍ୟ ୟୁରିଆ ପାଇଁ ଭୀଡ ଜମାଇବା ସହ ଏହା ପ୍ରଦାନ ନେଇ ଦାବୀ କରୁଛନ୍ତି ଓ ଚାହିଦା ଅଧିକ ରହିଥିବା ବେଳେ ସାରର ପରିମାଣ କମ ରହିଛି ତେଣୁ ସେମାନଙ୍କୁ ୨ପ୍ୟାକେଟ ସାର ବସ୍ତା ଦିଆଯାଉଛି। ଆଗାମୀ ଦିନରେ ମଧ୍ୟ ସମସ୍ତ ଚାଷୀଙ୍କୁ ସାର ଯୋଗାଇଦିଆଯିବ ବୋଲି ସମବାୟ ବଜାର ସମିତ କାର୍ଯ୍ୟକାରୀ ସଂପାଦକ ସତ୍ୟନାରାୟଣ ହୋତା ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande