ବାରିପଦା, ୧୫ ସେପ୍ଟେମ୍ବର (ହି.ସ.)- ବାରିପଦା ସହର ଉପକଣ୍ଠ ଗାଙ୍ଗରାଜ ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଗେଣ୍ଡା ପୋଖରୀ ଗ୍ରାମର କୁସମେସ୍ୱର ହାଁସଦା। ସେ ବାରିପଦା ବଜାରରୁ ସ୍କୁଟି ଯୋଗେ ଘରକୁ ପ୍ରତ୍ୟାବର୍ତ୍ତନ କରିବା ବେଳେ ଗାଙ୍ଗରାଜ ଛକ ନିକଟରେ ଏକ ଅଜଣା ଗାଡି ଧକ୍କା ଦେବାରୁ ଭାରସାମ୍ୟ ହରାଇ ସ୍କୁଟି ସହ ରାସ୍ତାରେ ପଡି ଯାଇଥିଲେ। ଯାହା ଫଳରେ ଜୋରରେ ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପିଆରଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ଏନେଇ ତାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ବାରିପଦା ସଦର ଥାନାରେ ମାମଲା ରୁଜୁ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ