ଜୟପୁର, ୧୫ ସେପ୍ଟେମ୍ବର (ହି.ସ.)- ଜୟପୁର ଲରି ଆସୋସିଏସନ ର ସମ୍ପାଦକ ହେଲେ ମୀନକେତନ ଦାସ ଓ ଉପଦେଷ୍ଟା ହେଲେ ନରେନ୍ଦ୍ର ମହାନ୍ତି ଏନେଇ ସୂଚନା ଦିଆଯାଇଛି lଦୀର୍ଘ ୨୨ ବର୍ଷ ପରେ ଜୟପୁର ଲରି ଅନର୍ସ ଆସୋସିଏସନର ସ˚ପାଦକ ପଦ ବଦଳିଛି। ପୂର୍ବରୁ ନରେନ୍ଦ୍ର ମହାନ୍ତି ୨୦୦୨ ମସିହାରୁ ଆଜି ପର୍ଯ୍ୟନ୍ତ ସ˚ପାଦକ ପଦରେ ରହି ଆସୁଥିବା ବେଳେ ଟ୍ରକ ମାଲିକ ମାନେ ପରିବର୍ତ୍ତନ କରି ନୂତନ ଭାବେ ମୀନକେତନ ଦାସଙ୍କୁ ଚୟନ କରିଛନ୍ତି। ଗତକାଲି ଲରି ଅନର୍ସ ଆସୋସିଏସନର ନିର୍ବାଚନ ପ୍ରକିୟା ଆରମ୍ଭ ହୋଇଥିଲା। ଉପସଭାପତି ଯୁଗ୍ମସ˚ପାଦକ ଓ କୋଷାଧ୍ୟକ୍ଷ ପଦ ନିମନ୍ତେ ନିମନ୍ତେ ନିର୍ବାଚନ କରାଯାଇଥିବା ବେଳେ ସାଧାରଣ ସ˚ପାଦକ ଓ ସଭାପତିଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା। ଗତକାଲି ନିର୍ବାଚନ ପ୍ରକିୟାରେ ସଭାପତି ଭାବେ ସର୍ବ ସମ୍ମତି କ୍ରମେ ସୂର୍ଯ୍ୟପ୍ରକାଶ ଓ ସ˚ପାଦକ ଭାବେ ମୀନ କେତନ ଦାସଙ୍କୁ ଚୟନ କରାଯାଇଥିବା ବେଳେ ଉପସଭାପତି ଭାବେ ଜି. ରମେଶ କୁମାର, ଯୁଗ୍ମ ସ˚ପାଦକ ଭାବେ ଏସ. ସତିଶ ଓ କୋଷାଧ୍ୟକ୍ଷ ଭାବେ ଏସ. ରାମକ୍ରୀଷ୍ଣା ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀଙ୍କ ଠାରୁ ବିଜୟଲାଭ କରିଥିଲେ। ଏହି ୟୁନିଅନରେ ମୋଟ ୧୪୭ ଟ୍ରକ ମାଲିକ ରହିଥିବା ବେଳେ ଗତକାଲି ୧୩୨ ମାଲିକ ଭୋଟ ଦେଇଥିଲେ। ସେଥି ମଧ୍ୟରୁ ୨ଟି ନାକଚ ହୋଇଯାଇଥିବା ବେଳେ ୧୩୦ଟି ଭୋଟ ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ଉପ ସଭାପତି ଯୁଗ୍ମ ସ˚ପାଦକ ଓ କୋଷାଧ୍ୟକ୍ଷଙ୍କ ମଧ୍ୟରେ ଭୋଟ ଗଣତି ହୋଇଥିଲା। ଉପସଭାପତି ଜି. ରମେଶ କୁମାର ୭୨ ଭୋଟ ପାଇ ବିଜୟ ଲାଭ କରିଥିବା ବେଳେ ଯୁଗ୍ମ ସ˚ପାଦକ ଏସ. ସତିଶ ୮୨ ଭୋଟ ପାଇଥିଲେ ଏବ˚ କୋଷାଧ୍ୟକ୍ଷ ଏସ. ରାମକ୍ରୀଷ୍ଣା ୭୬ ଭୋଟ ପାଇ ବିଜୟଲାଭ କରିଥିଲେ। ଶ୍ରୀ ଦାସ ଆଜି ସ˚ଘ କାର୍ଯ୍ୟାଳୟରେ ଶପଥ ନେଇ କହିଥିଲେ ଯେ, ଗତ ୧୯୮୦ ମସିହାରୁ ୨୦୦୨ ମସିହା ପର୍ଯ୍ୟନ୍ତ ସେ ଏହି ସ˚ଘରେ ସ˚ପାଦକ ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ। ନରେନ୍ଦ୍ର ମହାନ୍ତି ଓ ଗୌତମ ସାମନ୍ତରାୟଙ୍କୁ ଉପଦେଷ୍ଟା ଭାବେ ସ˚ଘରେ ରଖାଯାଇଛି ବୋଲି ସ˚ପାଦକ ଶ୍ରୀ ଦାସ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି