ପିଜିଟି ଶିକ୍ଷକଙ୍କ ପାଂଚ ଦିନିଆ ଦକ୍ଷତା ବିକାଶ କର୍ମଶାଳାର ଆୟୋଜନ
ଭୁବନେଶ୍ୱର, ୧୫ ସେପ୍ଟେମ୍ବର (ହି.ସ.) - ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଇଂରାଜୀ ବିଷୟର ସ୍ନାତକୋତର ବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପାଇଁ ୫ ଦିନିଆ ଦକ୍ଷତା ବିକାଶ କର୍ମଶାଳା ରାଜ୍ୟ ଗ୍ରାମ୍ୟ ଉନ୍ନ
ପିଜିଟି ଶିକ୍ଷକଙ୍କ ପାଂଚ ଦିନିଆ ଦକ୍ଷତା ବିକାଶ କର୍ମଶାଳାର ଆୟୋଜନ


ଭୁବନେଶ୍ୱର, ୧୫ ସେପ୍ଟେମ୍ବର (ହି.ସ.) - ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଇଂରାଜୀ ବିଷୟର ସ୍ନାତକୋତର ବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପାଇଁ ୫ ଦିନିଆ ଦକ୍ଷତା ବିକାଶ କର୍ମଶାଳା ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତିରାଜ ପ୍ରତିଷ୍ଠାନ ଠାରେ ଆୟୋଜିତ କରାଯାଇଛି। ଏହି ପ୍ରଶିକ୍ଷଣରେ ୫୦ ଜଣ ପିଜିଟି (ଇଂରାଜୀ) ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି । ଉଦଘାଟନୀ ଅଧିବେଶନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ, ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀମତୀ ନିୟତୀ ପଟ୍ଟନାୟକ, ଯୁଗ୍ମ ନିର୍ଦ୍ଦେଶିକ ଶ୍ରୀମତୀ ସସ୍ମିତା ମାଳି, ଉପ-ନିର୍ଦ୍ଦେଶକ ଶ୍ରୀମତୀ ସିଏଚ୍‌. ବିଜୟଲକ୍ଷ୍ମୀ, ଉପ-ନିର୍ଦ୍ଦେଶକ ଜିତେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ଅଜିମ୍ ପ୍ରେମଜୀ ବିଶ୍ୱବିଦ୍ୟାଳୟର ଦୁଇ ଜଣ ଅଧ୍ୟାପକ ପାର୍ଥ ସାରଥି ମିଶ୍ର ଏବଂ ଜେନି ଆଲେକ୍ସ ଉପସ୍ଥିତ ଥିଲେ । ଏହି ୫ ଦିନିଆ ଦକ୍ଷତା ବିକାଶ କର୍ମଶାଳା ଅଜିମ୍ ପ୍ରେମଜୀ ବିଶ୍ୱବିଦ୍ୟାଳୟର ସହଯୋଗରେ ଆୟୋଜିତ କରାଯାଇଛି ।

ଉଦଘାଟନୀ ଅଧିବେଶନରେ ଯୋଗ ଦେଇ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ କହିଛନ୍ତି, ଏହି କର୍ମଶାଳା ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ଯୋଗାଯୋଗ ଦକ୍ଷତାକୁ ପ୍ରୋତ୍ସାହିତ କରିବ । ଏହିଠାରୁ ତାଲିମ୍ ଗ୍ରହଣ କରି ଶିକ୍ଷକ-ଶିକ୍ଷୟିତ୍ରୀମାନେ ନିଜ ସମାଜ ଓ କଲେଜରେ ଶିକ୍ଷାଦାନ କ୍ଷେତ୍ରରେ ଆମ୍ବାସାଡର୍ ଭାବେ କାର୍ଯ୍ୟ କରିବେ। ନୂତନ ଜାତୀୟ ଶିକ୍ଷା ନୀତି ଆଧାରରେ ସମଗ୍ର ବିଶ୍ୱରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଏକ ଉଦାହରଣ କରିବା ପାଇଁ ହେଲେ ଛାତ୍ରଛାତ୍ରୀମାନଙ୍କୁ କ୍ଷେତ୍ରୀୟ ଅଭିଜ୍ଞତାର ଆବଶ୍ୟକତା ରହିଛି, ଏଥିନିମନ୍ତେ ଶିକ୍ଷକ-ଶିକ୍ଷୟିତ୍ରୀମାନେ ପ୍ରଥମେ ଦକ୍ଷ ହେବା ଜରୁରୀ । ଏଥିସହ ଶ୍ରୀମତୀ ନନ୍ଦ ଶିକ୍ଷାର ପ୍ରୟୋଗାତ୍ମକ ଦିଗକୁ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଛନ୍ତି।

ସେହିପରି ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀମତୀ ନିୟତୀ ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ରାଜ୍ୟର ସମସ୍ତ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ପର୍ଯ୍ୟାୟକ୍ରମେ ସମୟାନୁସାରେ ତାଲିମ୍ ଦିଆଯିବା ନେଇ ସୂଚନା ଦେଇଛନ୍ତି । ଏଥିସହ ଅଜିମ୍ ପ୍ରେମଜୀ ବିଶ୍ୱବିଦ୍ୟାଳୟର ସହଯୋଗ ନିମନ୍ତେ ଧନ୍ୟବାଦ ଜଣାଇଛନ୍ତି । ଉପ-ନିର୍ଦ୍ଦେଶକ ଶ୍ରୀମତୀ ସିଏଚ୍‌. ବିଜୟଲକ୍ଷ୍ମୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଉପ-ନିର୍ଦ୍ଦେଶକ ଶ୍ରୀ ଜିତେନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଛନ୍ତି । ସେହିପରି ଯୁଗ୍ମ ନିର୍ଦ୍ଦେଶିକ ଶ୍ରୀମତୀ ସସ୍ମିତା ମାଳି କର୍ମଶାଳାର ତଦାରଖ କରିଛନ୍ତି।

ଏହି ପାଂଚ ଦିନିଆ ତାଲିମ୍ କାର୍ଯ୍ୟକ୍ରମରେ ପିଜିଟିମାନଙ୍କ ଦକ୍ଷତା ବିକାଶ ଉପରେ ପ୍ରାଧାନ୍ୟ ଦିଆଯିବ । ଶିକ୍ଷାଦାନ ଓ ମୂଲ୍ୟାଙ୍କନ ଅଭ୍ୟାସକୁ ସୁଦୃଢ଼ କରିବା ପାଇଁ ଏହି କର୍ମଶାଳାର ଆୟୋଜନ । କର୍ମଶାଳାରେ ଅଂଶଗ୍ରହଣକାରୀମାନେ ଶିକ୍ଷାର୍ଥୀମାନଙ୍କ ବିଭିନ୍ନ ଆହ୍ୱାନ, ଭାଷା ଶିକ୍ଷାଦାନର ଲକ୍ଷ୍ୟ ବିଷୟରେ ଜାଣିବେ । ଏଥିସହ ପାଠ୍ୟକ୍ରମ ଲକ୍ଷ୍ୟ, ଦକ୍ଷତା-ଆଧାରିତ ଯୋଗାଯୋଗ କାର୍ଯ୍ୟକଳାପ ଏବଂ ସମାଲୋଚନାମୂଳକ ବିଶ୍ଳେଷଣ ମାଧ୍ୟମରେ ପଠନ ପଦ୍ଧତି ଉପରେ ମଧ୍ୟ ଧ୍ୟାନ ଦିଆଯିବ । ଜାତୀୟ ପାଠ୍ୟକ୍ରମ ରୂପରେଖ ୨୦୨୩ ଅନୁଯାୟୀ ମୂଲ୍ୟାଙ୍କନ ଅଭ୍ୟାସ ଉପରେ ଗୁରୁତ୍ୱ ଦିଆଯିବ, ଯେଉଁଥିରେ ପ୍ରଶ୍ନପତ୍ର ବିଶ୍ଳେଷଣ ଏବଂ ଦକ୍ଷତା-ଆଧାରିତ ମୂଲ୍ୟାଙ୍କନ ଅନ୍ତର୍ଭୁକ୍ତ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande