ବିଜେଡି ଚାଷୀ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି - ସୁକାନ୍ତ ପାଣିଗ୍ରାହୀ
ଭୁବନେଶ୍ୱର,୧୫ ସେପ୍ଟେମ୍ବର (ହି.ସ) - ବିଜେଡି ଚାଷୀ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ବିଜେଡିର ସାର ଆନ୍ଦୋଳନ ଉପରେ ପ୍ରତିକ୍ରିୟା ରଖି ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି। ସେ କହିଛନ୍ତି ବିଭାଗୀୟ ମନ୍ତ୍ରୀ ମଧ୍ୟ କହିସାରିଛନ୍ତି, ରାଜ୍ୟରେ ସାରର ଅଭାବ ନାହିଁ। କିଛି ଜାଗାରେ କଳା
ବିଜେଡି ଚାଷୀ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି - ସୁକାନ୍ତ ପାଣିଗ୍ରାହୀ


ଭୁବନେଶ୍ୱର,୧୫ ସେପ୍ଟେମ୍ବର (ହି.ସ) - ବିଜେଡି ଚାଷୀ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ବିଜେଡିର ସାର ଆନ୍ଦୋଳନ ଉପରେ ପ୍ରତିକ୍ରିୟା ରଖି ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି। ସେ କହିଛନ୍ତି ବିଭାଗୀୟ ମନ୍ତ୍ରୀ ମଧ୍ୟ କହିସାରିଛନ୍ତି, ରାଜ୍ୟରେ ସାରର ଅଭାବ ନାହିଁ। କିଛି ଜାଗାରେ କଳାବଜାରି ଭଳି ସମସ୍ୟା ରହିଛି। ତାକୁ ନେଇ ମଧ୍ୟ ସରକାର ନଜର ରଖିଛନ୍ତି। ସରକାର ଏହାକୁ ଗମ୍ଭୀରତାର ସହ ନେଇଛନ୍ତି। କେବଳ ଇସୁ କରିବାକୁ ଏପରି ଆନ୍ଦୋଳନ କରୁଛି ବିଜେଡି। ବିରୋଧୀ ପ୍ରକୃତରେ ଭାବିବା କଥା ସେମାନେ ଚାଷୀ ପାଇଁ କଣ କରିଛନ୍ତି। କୃଷକର ଏ ଅବସ୍ଥା ପାଇଁ ଦାୟୀ କିଏ। ଚାଷୀ ପାଇଁ କଣ କରିଥିଲା ବିଜେଡି ଆଗ ତାର ଉତର ଦେଉ। ବିଭାଗୀୟ ମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ଆଉ ରାଜ୍ୟରେ ଏ ସମସ୍ୟା ନାହିଁ।ସମସ୍ତେ ସାର ପାଉଛନ୍ତି। ଯେଉଁ ଜାଗାରୁ ଅଭିଯୋଗ ଆସିବ ତାର ସମାଧାନ କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande