କେନ୍ଦୁଝର, ୧୫ ସେପ୍ଟେମ୍ବର (ହି.ସ.)- ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ କେନ୍ଦୁଝର ଜିଲ୍ଲା ଶାଖାର ନବ ନିର୍ବାଚିତ ଶିକ୍ଷକ ସଂଘର କର୍ମକର୍ତ୍ତା ମାନଙ୍କ ଶପଥ ପାଠ ସମାରୋହ ଆଜି ପାଟଣା ବ୍ଲକ ମୁଖ୍ୟାଳୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।କେନ୍ଦୁଝର ଜିଲ୍ଲା ଶାଖାର ପୂର୍ବତନ ସଭାପତି ଅତୁଲ କୁମାର ବଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖୂଳ ଚନ୍ଦ୍ର ନାଏକ ଯୋଗଦେଇ ଥିଲେ। ସୁସ୍ମ ସମାଜ ଗଠନ ଦିଗରେ ଶିକ୍ଷକ ମାନଙ୍କ ଗୁରୁ ଦାଇତ୍ବ ଥିବା ବେଳେ ସେମାନଙ୍କ ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ସେ ବିଧାନସଭା ରେ ପ୍ରଶ୍ନ ଉଠାଇବେ ବୋଲି କହିଥିଲେ। ସଙ୍ଘର ନବ ନିର୍ବାଚିତ ସଭାପତି ସନ୍ତୋଷ କୁମାର ଜେନା, ଉପସଭାନେତ୍ରୀ ତିଲୋତ୍ତମା ବେହେରା, ଉପସଭାପତି ଗୋବଦ୍ଧନ ଜେନା,, ସାଧାରଣ ସମ୍ପାଦକ କମଳା କାନ୍ଧ ପତି, ଯୁଗ୍ମ ସମ୍ପାଦକ ଚିତ୍ତରଞ୍ଜନ ମହାନ୍ତ,ବିଶ୍ବାନାଥ ମାଝୀ,ଓ ବୁଦ୍ଧଦେବ ନାୟକ, ସଂଗଠନ ସମ୍ପାଦକ ସଚ୍ଚିଦାନନ୍ଦ ପ୍ରଧାନ, ଜିଲ୍ଲା ସଂଯୋଜକ ରବିନ୍ଦ୍ର କୁମାର ନାୟକ ଓ କୋଷାଧ୍ୟକ୍ଷ ଅଶୋକ କୁମାର ବରାଳ ଙ୍କୁ ଉପାୟନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବଦ୍ଧିତ କରା ଯାଇଥିଲା। କାର୍ଯ୍ୟକ୍ରମ ରେ ରାଜ୍ୟ ଉପଦେଷ୍ଟା ବିଜୟ କୁମାର ନାୟକ ସଭାପତି ଓ କର୍ମକର୍ତ୍ତା ମାନଙ୍କୁ ବିଧାୟକଙ୍କ ଉପସ୍ଥିତିରେ ଶପଥ ପାଠ କରାଇଥିଲେ।ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥ୍ ନାଏକଙ୍କ ସହ ସମ୍ମାନୀତ ଅତିଥି ଭାବେ ବିଧାୟକଙ୍କ ପ୍ରତିନିଧୂ କମଳା କାନ୍ତ ଦାଶ, ପାଟଣା ବ୍ଲକ ଶିକ୍ଷା ଅଧୂକାରୀ ପୂର୍ଣ୍ଣ ଚନ୍ଦ୍ର ଅମାତ,ଅବସର ପ୍ରାପ୍ତ ଏବି ଇ ଓ ବିଜୟ କୁମାର ଓଝା, ସଙ୍ଘର ରାଜ୍ୟ ଉପଦେଷ୍ଟା ବିଜୟ କୁମାର ନାୟକ, ସଙ୍ଘର ପୂର୍ବତନ ସମ୍ପାଦକ ମୁକୁନ୍ଦ ଚରଣ ସାହୁ, ଜିଲ୍ଲା ଉପଦେଷ୍ଟା କୈଳାସ ଚନ୍ଦ୍ର ବାରିକ,ପାଟଣା ବ୍ଲକ ସଭାପତି ନନ୍ଦ କିଶୋର ନାଏକ, ପୂର୍ବତନ ବ୍ଲକ ସମ୍ପାଦକ ବିଶ୍ବନାଥ ମହାନ୍ତ, ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ସିଂହ, ସମାଜ ସେବୀ ଅଜୟ କୁମାର ଦାଶ, ଅବସର ପ୍ରାପ୍ତି ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।ଶିକ୍ଷକ ପାର୍ଥ ସାରଥୀ ବେଜ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ପ୍ରମୋଦ କୁମାର ମହାନ୍ତ ଜ୍ୟୋତିର୍ମୟ ତ୍ରିପାଠୀ,ସନ୍ତୋଷ ନାଏକ, ଯୁଗୋଜ୍ୟୋତି ମହାନ୍ତ,ପ୍ରଫୁଲ୍ଲ ନାଏକ, ଶୁଶାନ୍ତି ନାଏକ, ସୌଭାଗୀନୀ ମହାନ୍ତ, ମାଧବାନନ୍ଦ ମହାନ୍ତ ପ୍ରମୁଖ ପରିଚାଳନା କରିବାରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA