ଶିକ୍ଷକତା ସହିତ ସାମାଜିକ କାର୍ଯ୍ୟ ପାଇଁ ଶିକ୍ଷକ ବିଜୟ କୁମାର ବେହେରା ସମ୍ବର୍ଦ୍ଧିତ
କେନ୍ଦୁଝର, ୧୫ ସେପ୍ଟେମ୍ବର (ହି.ସ.)- ଶିକ୍ଷକତା ହେଉଛି କର୍ମ। ସାମାଜିକ କାର୍ଯ୍ୟ ହେଉଛି ଧର୍ମ। ଏଭଳି ଉଦ୍ଦେଶ୍ୟ ରଖି କାର୍ଯ୍ୟ କରି ଆସୁଛନ୍ତି ସ୍ଥାନୀୟ ଏନ୍‌.ଏସ୍‌.ପୋଲିସ ହାଇସ୍କୁଲର ସୁନାମଧନ୍ୟ ଶିକ୍ଷକ ବିଜୟ କୁମାର ବେହେରା। ବିଦ୍ୟାଳୟରେ ପାଠ ପଢ଼ାଇବା ସହ ଏନ୍‌.ସି.ସି. କ୍ୟାଡେଟଙ୍କୁ ତାଲିମ୍ ଦେବ
ଶିକ୍ଷକତା ସହିତ ସାମାଜିକ କାର୍ଯ୍ୟ ପାଇଁ ଶିକ୍ଷକ ବିଜୟ କୁମାର ବେହେରା ସମ୍ବର୍ଦ୍ଧିତ


କେନ୍ଦୁଝର, ୧୫ ସେପ୍ଟେମ୍ବର (ହି.ସ.)- ଶିକ୍ଷକତା ହେଉଛି କର୍ମ। ସାମାଜିକ କାର୍ଯ୍ୟ ହେଉଛି ଧର୍ମ। ଏଭଳି ଉଦ୍ଦେଶ୍ୟ ରଖି କାର୍ଯ୍ୟ କରି ଆସୁଛନ୍ତି ସ୍ଥାନୀୟ ଏନ୍‌.ଏସ୍‌.ପୋଲିସ ହାଇସ୍କୁଲର ସୁନାମଧନ୍ୟ ଶିକ୍ଷକ ବିଜୟ କୁମାର ବେହେରା। ବିଦ୍ୟାଳୟରେ ପାଠ ପଢ଼ାଇବା ସହ ଏନ୍‌.ସି.ସି. କ୍ୟାଡେଟଙ୍କୁ ତାଲିମ୍ ଦେବା, ଚାରା ରୋପଣ କରିବା ସହ ବିଭିନ୍ନ ସ୍ୱତନ୍ତ୍ର ଦିନରେ ଚାରା ଉପହାର ଦେଇ ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ ସଚେତନତାର ବାର୍ତା ଦେଇ ଆସୁଛନ୍ତି। ନିଜେ ରକ୍ତଦାନ କରିବା ସହ ଗରିବ ଅସହାୟଙ୍କ ପାଇଁ ମେଡିକାଲ୍ ରେ ରକ୍ତ ଯୋଗାଡ କରି ସହାୟତା ପ୍ରଦାନ କରି ଆସୁଛନ୍ତି। ସେହିପରି ବିଭିନ୍ନ ସେବାମୂଳକ କାର?୍ୟ୍ୟ କରିବା ସହ ସର୍ବସାଧାରଣ ସ୍ଥାନର ସଫେଇ କାର୍ଯ୍ୟ କରି ସ୍ୱଚ୍ଛ ଭାରତର ବାର୍ତା ବାଂଟୁଛନ୍ତି। ଏଥିପାଇଁ ସେ ଶିକ୍ଷାଦାନ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ରୋଟାରୀ ନେସନ୍ ବିଲଡର ଆୱାର୍ଡ଼, କାସାଣ୍ଡ୍ରା ଗୁରୁ ସମ୍ମାନ, ଶ୍ରେଷ୍ଠ ଏନ୍ ସି ସି ଅଫିସର୍ ଆୱାର୍ଡ଼ ଓ ସାମାଜିକ କାର୍ଯ୍ୟ ପାଇଁ ପାଇଛନ୍ତି ପ୍ରକୃତି ବନ୍ଧୁ ପୁରସ୍କାର, ଶ୍ରେଷ୍ଠ ବି.ଏଲ୍‌.ଓ, ହିନ୍ଦ ଗୌରବ ଆୱାର୍ଡ଼, ବସନ୍ତ କୁମାର ବିଶ୍ୱାଳ ଆୱାର୍ଡ଼ ଆଦି ବହୁ ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି। ସେହିପରି ସେପ୍େଟମ୍ବର ୧୪ ରେ ଜଗତସିଂହପୁର ଜିଲ୍ଲାର ତିର୍ତୋଲ ଠାରେ ଅନୁଷ୍ଠିତ ମା' ଶାରଳା ଫାଉଣ୍ଡେସନର ପ୍ରଥମ ସ୍ୱନକ୍ଷତ୍ର ଉତ୍ସବରେ ମୁଖ୍ୟ ଅତିଥି ଶିଳ୍ପ, ବୈଷୟିକ ଓ ବିକାଶ ଦକ୍ଷତା ବିଭାଗ, ଓଡ଼ିଶା ସରକାରଙ୍କ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ତିର୍ତୋଲ ବିଧାୟକ ରମାକାନ୍ତ ଭୋଇ, ବାଲିକୁଦା-ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା, ମା' ଶାରଳା ଫାଉଣ୍ଡେସନର ସଭାପତି ମୀରାବାଈ ମହାପାତ୍ର, ସାଧାରଣ ସମ୍ପାଦକ ଅନୀଲ କୁମାର ରାଉତ, ପ୍ରତିଷ୍ଠାତ୍ରୀ ସୋନାଲି ମହାନ୍ତି ଶ୍ରୀ ବେହେରାଙ୍କୁ ମା' ଶାରଳା ସେବା ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande