ଗୃହର ସଦସ୍ୟଙ୍କ ଉପସ୍ଥିତିରେ ଘରୁ ଚୋରି
ଗୃହର ସଦସ୍ୟଙ୍କ ଉପସ୍ଥିତିରେ ଘରୁ ଚୋରୀ
ଗୃହର ସଦସ୍ୟଙ୍କ ଉପସ୍ଥିତିରେ ଘରୁ ଚୋରି


ବାରିପଦା, ୧୫ ସେପ୍ଟେମ୍ବର (ହି.ସ.)- ବାରିପଦାରେ ଦିବା ଲୋକରେ ଘର ଭିତରୁ ଗୃହର ସଦସ୍ୟଙ୍କ ଉପସ୍ଥିତିରେ ଚୋରି ହୋଇଥିବାର ଅଭିିିଯୋଗ ଆସିଛି । ଏନେଇ ମଧୁବନ ଅଞ୍ଚଳର ସରସ୍ୱତୀ ସାହୁ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ପୁଅ ଘରେ ଥିବା ବେଳେ ଜଣେ ଅଜଣା ବ୍ୟକ୍ତି ଘରେ ପଶି ତାଙ୍କ ପର୍ସ ଚୋରି କରିଛନ୍ତି। ଯେଉଁଥିରେ କି ଲକ୍ଷାଧିକ ଟଙ୍କାର ଅନେକ ସୁନା ଅଳଙ୍କାର, ଟଙ୍କା ଓ ଜରୁରୀ କାଗଜପତ୍ର ରହିଥିଲା। ଦୁର୍ବୁତ୍ତ ତାହାକୁ ଚୋରି କରି ଚମ୍ପଟ ମାରିଛି। ଏନେଇ ଥାନାରେ ଅଭିଯୋଗ କ୍ରମେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande