ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପ୍ରକ୍ଳପକୁ ନେଇ ପ୍ରତିଯୋଗିତା
ଜୟପୁର, ୧୫ ସେପ୍ଟେମ୍ବର (ହି.ସ.) - ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧନରେ ରହିଥିବା କୋରାପୁଟ, ନବରଙ୍ଗପୁର, ରାୟଗଡା ଏବଂ ମାଲକାନଗିରି ଜିଲ୍ଲାର ୪ଟି ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରସ୍ତୁତ ପ୍ରକଳ୍ପକୁ ନେଇ ଦୁଇଦିନିଆ ପ୍ରତିଯୋଗିତା ଆଜି ଉଭିଦ୍ଦ ବିଜ୍ଞାନର ସମ୍ମିଳନୀ କକ୍ଷ ଠ
ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ  ପ୍ରକ୍ଳପକୁ ନେଇ ପ୍ରତିଯୋଗିତା


ଜୟପୁର, ୧୫ ସେପ୍ଟେମ୍ବର (ହି.ସ.) - ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧନରେ ରହିଥିବା କୋରାପୁଟ, ନବରଙ୍ଗପୁର, ରାୟଗଡା ଏବଂ ମାଲକାନଗିରି ଜିଲ୍ଲାର ୪ଟି ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରସ୍ତୁତ ପ୍ରକଳ୍ପକୁ ନେଇ ଦୁଇଦିନିଆ ପ୍ରତିଯୋଗିତା ଆଜି ଉଭିଦ୍ଦ ବିଜ୍ଞାନର ସମ୍ମିଳନୀ କକ୍ଷ ଠାରେ ଶୁଭାରମ୍ଭ ହୋଇଛି । ମୁଖ୍ୟତଃ ବାଣିଜ୍ୟ, ରସାୟନିକ ବିଜ୍ଞାନ ଏବଂ ଓଡିଆ ବିଭାଗରକୁ ନେଇ ରାଜ୍ୟ ସ୍ତରରେ ନୂତନ ଏବଂ ଷ୍ଟାର୍ଟ ଅପ ପ୍ରତିଯୋଗିତାରେ ଆଜି ପ୍ରଥମ ଦିବସରେ ବିଶ୍ୱବିଦ୍ୟାଳୟ ଅଧିନରେ ରହିଥିବା ୯ଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସେମାନଙ୍କ ପ୍ରସ୍ତୁତ ପ୍ରକଳ୍ପ ଗୁଡିକ ପ୍ରଦର୍ଶନ ସହ ଏହାକୁ ନେଇ ସେମାନଙ୍କ ମତାମତ ଉପସ୍ଥାପନ କରିଥିଲେ । ଏହିପରି ଏହାକୁ ତଦାରଖ ଏବଂ ମୂଲ୍ୟାୟନ କରୁଥିବା ବିଶ୍ୱବିଦ୍ୟାଳୟର ଆନ୍ତଃ ସଦସ୍ୟ ଭାବେ ବାଣିଜ୍ୟ ବିଭାଗର ମୁଖ୍ୟ ଡ. ଦେବଦତ ଇନ୍ଦୋରିଆ, ଓଡିଆ ବିଭାଗର ଡ. ଅରୁଣ କୁମାର ରାଜ, ରସାୟନିକ ବିଜ୍ଞାନର ମୁଖ୍ୟ ସୁଜିତ କୁମାର ଦେହୁରୀ ଏବଂ ବାହ୍ୟ ବିଶେଷଜ୍ଞ ଭାବେ ଐଦଗିକ ହେମଙ୍କ ଅଗ୍ରୱାର ଯୋଗଦେଇ । ପ୍ରକଳ୍ପ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଏହିପରି ଶ୍ରେଷ୍ଠ ପ୍ରକଳ୍ପ ଗୁଡିତ ମୂଲ୍ୟାୟନ ପରେ ରାଜ୍ୟ ସ୍ତରରେ ଚୟନ କରାଯିବ । ଏହି ପ୍ରତିଯୋଗିତାରେ ମଙ୍ଗଳବାର ୧୦ ଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗଦେବେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande