ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ଶିକ୍ଷକ ଶିକ୍ଷା ବିଭାଗର ବିଦ୍ୟା ବିସ୍ତାର- ୨୦୨୫ ଅନୁଷ୍ଠିତ
ଜୟପୁର, ୧୫ ସେପ୍ଟେମ୍ବର (ହି.ସ.)- ବିକ୍ରମ ଦେବ ବିଶ୍ଵବିଦ୍ୟାଳୟର ଶିକ୍ଷକ ଶିକ୍ଷା ବିଭାଗର ଆନୁକୁଲ୍ୟରେ ବିଏଡ୍ ପ୍ରଥମ ବର୍ଷ ଗୁରୁ ଛାତ୍ର ଛାତ୍ରୀମାନଙ୍କ ଅଧିଗ୍ରହଣ ଉତ୍ସବ ବିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ସତ୍ରରେ ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ମହେଶ୍ୱର ଚନ୍ଦ୍ର ନାୟକ
ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ଶିକ୍ଷକ ଶିକ୍ଷା ବିଭାଗର ବିଦ୍ୟା ବିସ୍ତାର ୨୦୨୫ ଅନୁଷ୍ଠିତ


ଜୟପୁର, ୧୫ ସେପ୍ଟେମ୍ବର (ହି.ସ.)- ବିକ୍ରମ ଦେବ ବିଶ୍ଵବିଦ୍ୟାଳୟର ଶିକ୍ଷକ ଶିକ୍ଷା ବିଭାଗର ଆନୁକୁଲ୍ୟରେ ବିଏଡ୍ ପ୍ରଥମ ବର୍ଷ ଗୁରୁ ଛାତ୍ର ଛାତ୍ରୀମାନଙ୍କ ଅଧିଗ୍ରହଣ ଉତ୍ସବ ବିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ସତ୍ରରେ ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ମହେଶ୍ୱର ଚନ୍ଦ୍ର ନାୟକ ଉପସ୍ଥିତ ରହି ଭବିଷ୍ୟତ ଭାରତ ଗଠନରେ ଶିକ୍ଷକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ଗୁରୁ ଛାତ୍ର ଛାତ୍ରୀମାନେ ସାହିତ୍ୟ ସମ୍ରାଟ ରାଜର୍ଷି ବିକ୍ରମ ଦେବ ବର୍ମାଙ୍କ ଅବଦାନ ସମ୍ବନ୍ଧରେ ଲୋକମାନଙ୍କୁ ଅବଗତ କରିବାକୁ ଆହ୍ବାନ ଦେଇଥିଲେ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡଃ. ପ୍ରଶାନ୍ତ କୁମାର ପାତ୍ର ଉପସ୍ଥିତ ରହି ଶିକ୍ଷକ ଶିକ୍ଷା ବିଭାଗର କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ। ବିଦ୍ୟା ବିସ୍ତାର ୨୦୨୫ କାର୍ଯ୍ୟକ୍ରମକୁ ସଭାପତିତ୍ବ କରିଥିବା ବିଭାଗୀୟ ମୁଖ୍ୟ ଡ. ମନୋରଞ୍ଜନ ପ୍ରଧାନ ଭବିଷ୍ୟତରେ ଶିକ୍ଷକରୁ ଗୁରୁ ହେବା ପାଇଁ ପ୍ରୟାସ କରିବାକୁ ଆହ୍ବାନ ଦେଇଥିଲେ।

ପ୍ରଥମେ ପ୍ରଦୀପ ପ୍ରଜ୍ବଳନ, ଅତିଥି ପରିଚୟ ଓ ପରେ ପରେ ଶିକ୍ଷକ ଶିକ୍ଷା ବିଭାଗର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ନିମନ୍ତ୍ରିତ ଅତିଥି ମାନଙ୍କର ପ୍ରେରଣାଦାୟୀ ସମ୍ଭାଷଣ ନବାଗତ ଗୁରୁ ଛାତ୍ରଛାତ୍ରୀଙ୍କୁ ଜଣେ ଜଣେ ଆଦର୍ଶ ଶିକ୍ଷକ ଭାବରେ ଭବିଷ୍ୟତରେ ରାଷ୍ଟ୍ର ନିର୍ମାଣରେ ପ୍ରଧାନ ସୂତ୍ରଧାର ହେବାରେ ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଥିଲେ। ମଧ୍ୟାହ୍ନ ଭୋଜନ ପରେ ଆୟୋଜିତ ଦ୍ବିତୀୟ ବୈଷୟିକ ଅଧିବେଶନରେ ବିଶ୍ଵବିଦ୍ୟାଳୟର ତଥା ବିଭାଗର ନିୟମାବଳୀ, ପାଠ୍ୟକ୍ରମ ସମ୍ବନ୍ଧରେ ସବିଶେଷ ବିବରଣୀ, ବିଦ୍ୟାଳୟ ପରିଦର୍ଶନ କାର୍ଯ୍ୟକ୍ରମ ବିଷୟରେ ଅତିରିକ୍ତ ତଥ୍ୟ ସହକାରୀ ପ୍ରଫେସର ଲୋକେଶ ପ୍ରଧାନ, କସ୍ତୁରୀ ଆଚାର୍ଯ୍ୟ, ଅନୀତା ପଟ୍ଟନାୟକ ପ୍ରମୁଖ ପ୍ରାଞ୍ଜଳ ଭାବରେ ଆଲୋଚନା କରିଥିଲେ। ପରିଶେଷରେ ଦ୍ଵିତୀୟ ବର୍ଷର ଛାତ୍ର ଛାତ୍ରୀଙ୍କ ଦ୍ଵାରା ଧନ୍ୟବାଦ୍ ଅର୍ପଣ କରି ବିଦ୍ୟା ବିସ୍ତାର କାର୍ଯ୍ୟକ୍ରମକୁ ସମାପ୍ତ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande