ଭୁବନ, ୧୫ ସେପ୍ଟେମ୍ବର (ହି.ସ.)- ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ ମହାବିଦ୍ୟାଳୟରେ ଯୁବ ରେଡ଼କ୍ରସ ଆନୁକୂଲ୍ୟରେ ବିଶ୍ୱ ପ୍ରାଥମିକ ଚିକତ୍ସା ଦିବସ ପାଳିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ପ୍ରଥମେ ଛାତ୍ର ଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରି ପ୍ରାଥମିକ ଚିକତ୍ସାର ମହତ୍ୱ ଓ ଉପକାରିତା ବିଷୟରେ ଲୋକ ମାନଙ୍କୁ ଅବଗତ କରାଇଥିଲେ l ତା'ପରେ ଏକ ଆଲୋଚନାଚକ୍ର ସଭା ଗୃହରେ ଅନୁଷ୍ଠିତ ହୋଇଥିଲା l ଏହି ଆଲୋଚନାଚକ୍ରକୁ ଅନୁଷ୍ଠାନର ଅଧ୍ୟକ୍ଷ ହିମାଂଶୁ ଶେଖର ଖଡ଼ିରତ୍ନ ଅଧକ୍ଷତା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଯୁବ ରେଡ଼କ୍ରସ ର ସଂଯୋଜକ ଅନନ୍ତ ନାରାୟଣ ବାରିକ, ସଂଯୋଜିକା ଶ୍ରଦ୍ଧା ସୁମନ ଶତପଥୀ, ନକୁଳ ପଣ୍ଡା, ଇତିହାସ ବିଭାଗ ର ଅଧ୍ୟାପକ ଅନନ୍ତ କୁମାର ସାହୁ ପ୍ରମୁଖ ଉକ୍ତ ବିଷୟ ଉପରେ ଆଲୋକପାତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ର ଛାତ୍ରୀ, କର୍ମଚାରୀ ମାନେ ସହଯୋଗ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ